Categories: ଖେଳ

ପାଣ୍ଡ୍ୟାଙ୍କୁ ଭାବପ୍ରବଣ ମେସେଜ୍‌ ଦେଲେ ସାକ୍ଷୀ

ନୂଆଦିଲ୍ଲୀ,୩।୧୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫଟୋ ଶେୟାର କରିଥିଲେ। ଯେଉଁ ଫଟୋରେ ଧୋନୀଙ୍କ ଝିଅ ଜିଭାଙ୍କୁ ଧରି ସେ ରାସ୍ତାରେ ଯାଉଛନ୍ତି। ଏହାର କ୍ୟାପଶନରେ ଉଭୟ ଜିଭା ଏବଂ ଧୋନୀଙ୍କୁ ମିସ କରୁଥିବା ପାଣ୍ଡ୍ୟା କହିଥିଲେ। ଏହାର ଦିନକ ପରେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ପାଣ୍ଡ୍ୟାଙ୍କୁ ଏକ ଭାବପ୍ରବଣ ମେସେଜ ଲେଖିଛନ୍ତି। ସେ କହିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା, ତୁମେ ଜାଣ, ତୁମର ରାଞ୍ଚିରେ ବି ଗୋଟିଏ ଘର ଅଛି। ସୂଚନାଯୋଗ୍ୟ, ପାଣ୍ଡ୍ୟା ସୋସିଆଲ ମିଡିଆରେ ଧୋନୀଙ୍କୁ ମିସ୍‌ କରୁଥିବା କହିବା ପରେ ପାଣ୍ଡ୍ୟାଙ୍କ ସହ ସ୍ବର ମିଳାଇ ଧୋନୀଙ୍କ ପୁଣି ପଡିଆରେ ଦେଖିବାକୁ ଚାହୁଁଛୁ ବୋଲି କହିଥିଲେ। ସୂଚନାଯୋଗ୍ୟ, ଇଂଲଣ୍ଡରେ ଆୟୋଜିତ ୨୦୧୯ ବିଶ୍ୱକପ ପରଠାରୁ ଧୋନୀଙ୍କୁ ଆଉ ପଡିଆରେ ଦେଖିବାକୁ ମିଳିନାହିଁ।

Share