Categories: ଖେଳ

ପାଣ୍ଡ୍ୟାଙ୍କୁ ୨ ସପ୍ତାହ ଦିଅନ୍ତୁ, ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କରିଦେବି: ବିସିସିଆଇକୁ କହିଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୮।୬: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଏପର୍ଯ୍ୟନ୍ତ ଅପରାଜୟ ରହିଛି। ଭାରତର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବେଶ୍‌ ସହାୟକ ହୋଇଛି। କିନ୍ତୁ ପାଣ୍ଡ୍ୟାଙ୍କ ବୋଲିଂ ଏବଂ ବ୍ୟାଟିଂ ସନ୍ତୁଷ୍ଟ ନାହାନ୍ତି ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ। ଓ୍ବେଷ୍ଟଇଣ୍ଡଜ୍‌ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟାଙ୍କ ଖେଳ ଦେଖିବା ପରେ ତାଙ୍କ ଫୁଟ୍‌ ଓ୍ବାର୍କ, ସୁଇଙ୍ଗ ଏବଂ ବଡି ବାଲାନ୍ସରେ ଅନେକ ତ୍ରୁଟି ରହିଛି ବୋଲି ସେ କହିଛନ୍ତି। ସେ ଯଦି ଦୁଇ ସପ୍ତାହ ଦୁବାଇ ଆସି ମୋଠାରୁ ଟ୍ରେନିଂ ନେବେ, ତେବେ ସେ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ହୋଇଯିବେ ବୋଲି ରଜାକ ବିସିସିଆଇକୁ କହିଛନ୍ତି। ପ୍ରଥମେ ଏକ ଭିଡିଓ ଏବଂ ପରେ ନିଜ ଟୁଇଟରରେ ଜରିଆରେ ସେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟା ୩୮ଟି ବଲରେ ୪୬ରନ୍‌ର ପାଳି ଖେଳିଥିଲେ।

Share