ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଯୋଜନାରେ ନିର୍ମିତ ‘ପାତାଳ ଲୋକ’ ଏବେ ବିବାଦ ଘେରରେ ରହିଛି। ବିନା ଅନୁମତିରେ ଭାଜପା ନେତା ନନ୍ଦକିଶୋର ଗୁଜରଙ୍କ ଫଟୋ ବ୍ୟବହାରକୁ ନେଇ ବିବାଦ ସୃଷ୍ଟି ହେବାରୁ ଉକ୍ତ ଫଟୋଟିକୁ ହଟାଇଦିଆଯାଇଛି। ଅନୁଷ୍କାଙ୍କ ନାଁରେ ରାଷ୍ଟ୍ରଦ୍ରୋହ ମାମଲା ମଧ୍ୟ ରୁଜୁ କରିଛନ୍ତି। ଓ୍ବେବସିରିଜ୍ ‘ପାତାଳ ଲୋକ’ ସିଜିନ-୧ର ଏପିସୋଡ-୬ରେ ନନ୍ଦକିଶୋରଙ୍କ ଫଟୋ ବ୍ୟବହାର କରାଯାଇଥିଲା। ଏହି ଶୋ’ରେ ତାଙ୍କ ଫଟୋକୁ ଜଣେ ଅପରାଧୀ ଭାବେ ଦର୍ଶାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଏନେଇ ସେ ସେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଚିଠି ଲେଖି ଶୋ’କୁ ନିଷିଦ୍ଧ କରିବା ପାଇଁ ଅନୁରୋଧ କରିଥିଲେ।