Categories: ବାଣିଜ୍ୟ

ପାତ୍ରପଡାରେ ଖୋଲିଲା ବଜାର କୋଲକାତା

ଭୁବନେଶ୍ୱର,୨-୬: ପୂର୍ବ ଭାରତର ପ୍ରମୁଖ ରିଟେଲ ଚେନ୍‌ ବଜାର କୋଲକାତା ସ୍ଥାନୀୟ ପାତ୍ରପଡାଠାରେ ନୂଆ ଶୋ’ରୁମ ଶୁଭାରମ୍ଭ କରିଛି। ଓଡ଼ିଆ ସିନେମା ଅଭିନେତ୍ରୀ ଏଲିନା ସାମନ୍ତରାୟ ଶୋ’ରୁମକୁ ଉଦଘାଟ କରିଥିଲେ। ୧୧ ବର୍ଗଫୁଟ ପରିମିତ ସ୍ଥାନରେ ଏହି ଶୋ’ରୁମରେ ମହିଳା, ପୁରୁଷ, କିଡସଙ୍କ ପୋଷାକପତ୍ର ସମେତ ବିିଭିନ୍ନ ଆନୁସଙ୍ଗିକ ସାମଗ୍ରୀ ଉପଲବ୍ଧ ହେବ। ମହିଳାଙ୍କ ବର୍ଗରେ ମାତ୍ର ୯୯ ଟଙ୍କାରୁ ପୋଷାକ ଉପଲବ୍ଧ ହେଉଥିବା ବେଳେ ପୁରୁଷ ବର୍ଗରେ ୯୯ ଟଙ୍କା ଏବଂଶିଶୁ ମାନଙ୍କର ପୋଷାକ ମାତ୍ର ୭୯ ଟଙ୍କାରୁ ଆରମ୍ଭ ହେଉଛି। ଉଦଘାଟନୀ ଅବସରରେ ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର କୁପନ ଯୋଗେ ଭାଗ୍ୟଶାଳୀ ଗ୍ରାହକଙ୍କ ଲାଗି କାର ଏବଂ ବାଇକ ଜିତିବାର ସୁଯୋଗ ରହିଛି। ସେହିଭଳି ୯୯୯ ଟଙ୍କାର କିଣାକିଣି ଉପରେ ନିଶ୍ଚିତ ଉପହାର ଦିଆଯାଉଛି। ରାଜ୍ୟରେ ବଜାର କୋଲକତା ଷ୍ଟୋର ସଂଖ୍ୟା ୧୮ ଛୁଇଁଥିବା ବେଳେ ୨୦୨୦ ଶେଷ ସୁଦ୍ଧା ଆଉ ୧୦ ଷ୍ଟୋର ଯୋଜନା ରହିଥିବା ରିଟେଲ ହେଡ ଦିପକ ଲାଲ କହିଛନ୍ତି। ଦେଶରେ କମ୍ପାନୀର ୬୯ ଷ୍ଟୋର ରହିଛି ଏହାକୁ ୧୦୦କୁ ବଢାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିଭଳି କଟକରେ ନୂଆ ଷ୍ଟୋର ଶୁଭାରମ୍ଭ ହୋଇଛି। ଏହି ଅବସରରେ ପ୍ଲାନିଂ ବିଭାଗ ମୂଖ୍ୟ ସୌଗତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share