ପାଥୋଲାବ୍‌ରେ ଯୁବତୀଙ୍କୁ ଅସଦାଚରଣ

ବୈଶିଙ୍ଗା/ବଡ଼ସାହି,୧୪ା୧୦(ଡି.ଏନ୍‌.ଏ./ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ବଜାରଠାରେ ଥିବା ଏକ ପାଥୋଲୋଜି ସେଣ୍ଟରକୁ ରବିବାର ରକ୍ତ ପରୀକ୍ଷା କରିବା ପାଇଁ ଆସିଥିବା ଜନୈକା ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଏକ ଘରେ ବନ୍ଦ କରି ମାଡ଼ ମାରିଥିଲେ। ଖବରପାଇ ପୋଲିସ ଘଟଣାର ତଦନ୍ତ କରିବା ସହିତ ପାଥୋଲାବ ମାଲିକ ବିଦ୍ୟାଧର ପ୍ରଧାନଙ୍କୁ ଗିରଫ କରିିଛି।
ପୋଲିସ ସୂଚନା ଅନୁଯାୟୀ, ବଡ଼ସାହି ଥାନା ଅଞ୍ଚଳର ଉକ୍ତ ଯୁବତୀ ମାଣତ୍ରୀ ବଜାରସ୍ଥିତ ପ୍ରଧାନ ହେଲ୍‌ଥ କେୟାର ନାମକ ପାଥୋଲୋଜି ସେଣ୍ଟରକୁ ରକ୍ତ ପରୀକ୍ଷା ପାଇଁ ଆସିଥିଲେ। ତାଙ୍କୁ ଏକୁଟିଆ ଦେଖି ପାଥୋଲୋଜି ମାଲିକ ବିଦ୍ୟାଧର ଅସଦାଚରଣ କରିଥିଲେ। ଯୁବତୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ପହଞ୍ଚତ୍ ବିଦ୍ୟାଧରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିନେଇ ମାଣତ୍ରୀ ବଜାର ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ବଜାର ମଧ୍ୟରେ ଥିବା ଇନ୍ଦିରା ଗାନ୍ଧୀ ମୂର୍ତ୍ତି ତଳେ ତାଙ୍କୁ ଆଣ୍ଠେଇ ଦେଇଥିଲେ ା ମାଡ଼ ଖାଉଥିବା ସମୟରେ ବିଦ୍ୟାଧର ନିଜ ଭୁଲ ସ୍ବୀକାର କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମାଣତ୍ରୀ ଫାଣ୍ଡି ଅଧିକାରୀ ନିର୍ମଳ କୁମାର ପୃଷ୍ଟି କହିଛନ୍ତି। ଏଥିନେଇ ବୈଶିଙ୍ଗା ଥାନାରେ ଏକ ମାମଲା (ନଂ.୨୦୮/୧୯) ରୁଜୁ ହୋଇଛି।