Categories: ଜାତୀୟ

‘ପାଦ ଛୁଇଁବା ମନା’ ବୋର୍ଡ ବାସଭବନରେ ଲଗାଇଲେ ମନ୍ତ୍ରୀ

ଲକ୍ଷ୍ନୌ,୧୩।୧୦: ରାଜନୀତିରେ ପାଦ ଛୁଇଁବା ପରମ୍ପରା ବନ୍ଦ କରିବା ଲାଗି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜଣେ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ଗୋବିନ୍ଦ ସିଂ ନିଜ ବାସଭବନରେ ‘ପାଦ ଛୁଇଁବା ମନା’ ବୋର୍ଡ ଲଗାଇଛନ୍ତି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇ ପାରିବ ବୋଲି ସେ କହିଛନ୍ତି। ରାଜନେତା ଲୋକଙ୍କ ସେବକ। ସେମାନଙ୍କୁ ଲୋକମାନେ ନିର୍ବାଚିତ କରିଛନ୍ତି। ରାଜନେତା ଜଣେ ସାଧାରଣ ମଣିଷ। ବିଧାୟକ ଅବା ଏମ୍‌ପି ହେବା ଦ୍ୱାରା କୌଣସି ବିଶେଷ ଗୁଣର ପରିପ୍ରକାଶ ହୋଇ ନ ଥାଏ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗୋବିନ୍ଦ ସିଂ ଭିଣ୍ଡ୍‌ର ଲହାର ବିଧାନସଭା ଆସନରୁ ଲଗାତାର ୭ ଥର ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି।

Share