ପାଦ ମିଳିଥିଲା, ମିଳିଲା ଖପୁରି: ହତ୍ୟାକାଣ୍ଡର ଖିଅ ଖୋଜୁଛି ପୋଲିସ

ଯୋଡ଼ା,୨।୩(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ବାଂଶପାଣି ଟୋଲ ଗେଟ୍‌ ନିକଟବସ୍ତିରୁ ରବିବାର ସନ୍ଧ୍ୟାରେ ଯୋଡା ପୋଲିସ ଏକ ଶିଶୁର ଖପୁରୀ ଜବତ କରିଛି। ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ା ଏନେଇ ଯୋଡ଼ା ଥାନା ଅଧିକାରୀ ରାଇସେନ୍‌ ମୁର୍ମୁ କହିଛନ୍ତି ଯେ, ଗତ ଜାନୁୟାରୀ ୧୯ ତାରିଖରେ ଏହି ଅଞ୍ଚଳରୁ ଏକ ଶିଶୁର ପାଦ ପୋଲିସକୁ ମିଳିଥିଲା ା ପାଦଟି ବସ୍ତିର ୩ ବର୍ଷର ଶିଶୁ ରୋହିତ ଓରାମ୍‌ଙ୍କର ବୋଲି ସେହି ସମୟରେ ତାଙ୍କ ମା’ ଶଶୀ ଓରାମ୍‌ ଦାବି କରିଥିଲେ ା କାରଣ ଶିଶୁ ରୋହିତ କିଛି ଦିନ ତଳୁ ନିଖୋଜ ଥିଲେ। ଏନେଇ ଶିଶୁଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ା ଏହାକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଥିଲା ା ରବିବାର ଅପରାହ୍ନରେ ରେଳ ଧାରଣା କଡରେ କିଛି ପିଲା ଖେଳୁଥିବା ବେଳେି ଖପୁରୀ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ବଡବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁ, ଯୋଡା ଥାନା ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଖପୁରୀଟିକୁ ଜବତ କରିଥିଲେ। ଏହାର ପରୀକ୍ଷାନିରୀକ୍ଷା ପାଇଁ ଗବେଷଣାଗାରକୁ ପଠା ଯିବ ଓ ପୂର୍ବରୁ ମିଳିଥିବା ପାଦ ଓ ରବିବାର ମିଳିଥିବା ଖପୁରୀର ମେଳ କରାଇବା ପରେ ଅତି ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ ହେବ ବୋଲି ଥାନାଅଧିକାରୀ ମୁର୍ମୁ କହିଛନ୍ତି।

Share