Categories: ବାଣିଜ୍ୟ

ପାନାସୋନିକର ଡ୍ରିମ୍‌ ମୋର ସେଲିବ୍ରେଟ ମୋର୍‌

ଭୁବନେଶ୍ୱର,୬-୧୦: ପାର୍ବଣ ଉପଲକ୍ଷେ ପାନାସୋନିକ ପକ୍ଷରୁ ଡ୍ରିମ ମୋର ସେଲିବ୍ରେଟ ମୋର ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକ ପାନାସୋନିକ ପ୍ରଡକ୍ଟ କ୍ରୟରେ ଆବର୍ଷଣୀୟ ଅଫର ଲାଭ କରିପାରିବେ। ଗ୍ରାହକ ସୁଲଭରେ କଞ୍ଜ୍ୟୁମର ଡ୍ୟୁରେବୁଲ୍ସ ଘରକୁ ନେଇ ପାରିବେ ବୋଲି ପାନାସୋନିକ ପକ୍ଷରୁ ସୂଚନା ରହିଛି। ଏହି ଅଫରର ସୁବିଧା ନେଇ ଭାଗ୍ୟଶାଳୀ ବିଜେତା ଜାପାନରେ ହେବାକୁ ଥିବା ଅଲିମ୍ପିକ କ୍ରୀଡା ଦେଖିବାର ସୁବିଧା ପାଇବେ। କମ୍ପାନୀର ବଚ୍ଛାବଚ୍ଛା ପ୍ରଡକ୍ଟ କ୍ରୟରେ ଏହି ସୁବିଧା ଗ୍ରାହକ ଲାଭ କରିପାରିବେ। ଏଥିଲାଗି କମ୍ପାନୀ ପକ୍ଷରୁ ଏକ ପ୍ରମୋଶନାଲ ଅଫର ଆରମ୍ଭ କରାଯାଇଛି। ଟିଭି, ଫ୍ରିଜ, ଓ୍ବାଶିଂମେଶିନ, ଏସି, ମାଇକ୍ରୋଓ୍ବେଭ, ଲ୍ୟୁମିକ୍ସ କ୍ୟାମେରା, ବିୟୁଟି ପ୍ରଡକ୍ଟ, ସ୍ମଲ ଆପ୍ଳାଏନ୍ସ ଭଳି ଆଉ କିଛି ପ୍ରଡକ୍ଟ ବର୍ଗରେ ଗ୍ରାହକଙ୍କୁ ଅଫର ଉପଲବ୍ଧ ହେଉଛି। ବଚ୍ଛାବଚ୍ଛା ପ୍ରଡକ୍ଟରେ କମ୍ପ୍ଲିମେଣ୍ଟାରୀ ଓ୍ବାରେଣ୍ଟି, କ୍ୟାଶବ୍ୟାକ ଏବଂ ଗ୍ରାହକଙ୍କୁ ସୁବିଧା ହେଲା ଭଳି ଫାଇନାନ୍ସ ସୁବିଧା ରହିଛି। ଏହି ଅଫର ଚଳିତ ମାସ ୩୧ ଯାଏ ରହିଛି। ଏହାବାଦ ୧୫% ପର୍ଯ୍ୟନ୍ତ କ୍ୟାଶବ୍ୟାକ ସୁବିଧା କରାଯାଇଛି। ଏହି ଅଫର ଗ୍ରାହକଙ୍କ ଦ୍ୱାରା ଆଦୃତ ହେବ ବୋଲି ପାନାସୋନିକ ଇଣ୍ଡିଆର ସଭାପତି ତଥା ସିଇଓ ମନିଷ ଶର୍ମା କହିଛନ୍ତି।

Share