‘ପାନିପଥ୍‌’ର ବିବାଦୀୟ ସିନ୍‌ ହଟିଲା

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଥିବା ଐତିହାସିକ ଫିଲ୍ମ ‘ପାନିପଥ’କୁ ନେଇ ଉଠିଛି ବିବାଦ। ବିବାଦକୁ ଦୃଷ୍ଟିରେ ରଖି ଫିଲ୍ମର ବିବାଦୀତ ସିନ୍‌କୁ ଡିଲିଟ୍‌ କରିଦିଆଯାଇଛି। ଚଳଚ୍ଚିତ୍ରରେ ମହାରାଜା ସୁରଜମଲଙ୍କ ଚରିତ୍ରକୁ ଭୁଲ ପ୍ରଦର୍ଶିତ କରାଯାଇଛି। ଜାଠ ସମ୍ପ୍ରଦାୟକୁ ଏହି ଚଳଚ୍ଚିତ୍ର ଆଘାତ କରିଛି। ଏହାସହ ରିଲିଜ ପୂର୍ବରୁ ଟ୍ରେଲରରେ ଥିବା ଏକ ସଂଳାପକୁ ନେଇ ଉଠିଥିଲା ବିବାଦ। ଏନେଇ ମଧ୍ୟ ପ୍ରଦେଶର ଭୋପାଳରେ ରହୁଥିବା ପେଶୱା ବାଜୀରାଓଙ୍କ ଅଷ୍ଟମ ପିଢିର ସଦସ୍ୟ ନୱାବଜାଦା ଶଦାବ ଅଲୀ ବାହାଦୁର୍‌ ଏନେଇ ଆପତ୍ତି ଉଠାଇଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏନେଇ କହିଛନ୍ତି, ‘ସମସ୍ତେ କଳା ଓ ସଂସ୍କୃତିକୁ ସମ୍ମାନ କରନ୍ତି, କରିବା ଉଚିତ ମଧ୍ୟ। ହେଲେ କାହାର ଭାବନାକୁ ଆଘାତ ପହଞ୍ଚାଇବା ଠିକ ନୁହେଁ । ବହୁତ ଶୀଘ୍ର ଏହାର ସମାଧାନ ହେବ। ରାଜସ୍ଥାନ ଜୟପୁରର ଏକ ସିନେମା ହଲରେ କିଛି ଲୋକ ଭଙ୍ଗାରୁଜା କରିଥିଲେ। ଏହି ଚଳଚ୍ଚିତ୍ରରେ ଐତିହାସିକ ତଥ୍ୟକୁ ଭୁଲ ଭାବେ ପ୍ରଦର୍ଶିତ କରାଯାଇଥିଲା ବୋଲି ଅଭିଯୋଗ ଆସିଥିଲା। ଏପରିକି ଫିଲ୍ମର ପ୍ରଦର୍ଶନ ଉପରେ ବ୍ୟାନ ଲଗାଇବାକୁ ଦେଶ ବ୍ୟାପି ଆନ୍ଦୋଳନ କରିଥିଲା କରଣୀ ସେନା।

Share