ପାନ୍‌ , ଆଧାର ତଥ୍ୟ ନ ଦେଲେ କଟିବ ୨୦% ଟିଡିଏସ୍‌

ନୂଆଦିଲ୍ଳୀ,୨୬-୧: ଟାକ୍ସ ଡିଡକ୍ସନ ଆଟ୍‌ ସୋର୍ସ (ଟିଡିଏସ୍‌) ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ମୁତାବକ କୌଣସି କର୍ମଚାରୀଙ୍କ ବେତନ ଟିଡିଏସ୍‌ କଟିବା ଯୋଗ୍ୟ ହୋଇଥିଲେ, ସେ ପାନ୍‌ ବା ଆଧାର ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି। କର୍ମଚାରୀ ଏହା ଅବମାନନା କଲେ ବାଧ୍ୟତାମୂଳକ ଭାବେ ତାଙ୍କ ବେତନରୁ ୨୦% ଟିଡିଏସ୍‌ କଟିଯିବ ବୋଲି ଆୟକର ବିଭାଗ ପକ୍ଷରୁ ଶନିବାର ସୂଚନା ରହିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ନୂଆ କରି ଜାରି ହୋଇଥିବା ଟିଡିଏସ୍‌ ସର୍କୁଲାରରେ ଏଭଳି ପ୍ରସଙ୍ଗ ଉଲ୍ଲେଖ ରହିଛି। ନିୟମରେ ସଂଶୋଧନ କରିବା ସହ ସରକାର ଆଧାରକୁ ଏଥିରେ ଯୋଡିଛନ୍ତି। ଯେଉଁମାନେ ପାନ୍‌ ତଥ୍ୟ ଦେଇ ପାରିବେ ନାହିଁ ସେମାନେ ଆଧାର ଦେଇ ପାରିବେ ବୋଲି କୁହାଯାଇଛି।
ବର୍ତ୍ତମାନ ଯଦି କୌଣସି କ୍ଷେତ୍ରରେ କର୍ମଚାରୀ ପାନ୍‌ ତଥ୍ୟ ପ୍ରଦାନ ନ କରନ୍ତି ନିଯୁକ୍ତିଦାତା କିମ୍ବା ବ୍ୟାଙ୍କ ନିର୍ଦ୍ଧିଷ୍ଟ ହାରରେ ଟିକସ କାଟି ପାରିବେ। ଏହି ନିୟମରେ ଏବେ ଆଧାରକୁ ଯୋଡାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରାୟ ଅଧିକାଂଶ କର୍ମଚାରୀ ସେମାନଙ୍କ ନିଯୁକ୍ତିଦାତାଙ୍କ ସହ ସେମାନଙ୍କ ପାନ୍‌ ନମ୍ବର ଶେୟାର କରିଥାନ୍ତି। ଏହା ଏକ ପ୍ରକ୍ରିୟା ହୋଇଥିବା ବେଳେ ମାତ୍ର କେହି କେହି ଏହା ଦେବାକୁ ଇଛା ପ୍ରକଟ କରି ନ ଥାନ୍ତି ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ପାନ୍‌ ନ ଥିବା କ୍ଷେତ୍ରରେ ଆଧାରକୁ ବାଧ୍ୟତାମୂଳକ କରିବା ଲାଗି ସରକାର ଗତ ବଜେଟରେ ସଂଶୋଧନ ଆଣିିଥିଲେ। ଏହି ଦୁଇ ନମ୍ବରକୁ ଅନ୍ତଃ ପରିଚାଳନା ଯୋଗ୍ୟ କରାଯାଇଛି। ଯଦି କାହାର ପାନ୍‌ ନ ଥାଏ, ସେ ଆଧାର ନମ୍ବର ପ୍ରଦାନ କରନ୍ତି ତେବେ ଆୟକର ବିଭାଗ ନିଜ ଆଡୁ ପାନ୍‌ ପ୍ରଦାନ କରିବ। ଯଦି କର୍ମଚାରୀଙ୍କ ବେତନ ଟିକସଯୁକ୍ତ ଆୟଠାରୁ କମ୍‌ ରୁହେ ତାଙ୍କୁ ଟିକସ କଟିବା ନେଇ କୌଣସି ଭୟ କରିବାର ଆବଶ୍ୟକତା ନାହିଁ। ଟିକସଯୁକ୍ତ ଆୟ ସୀମାଠାରୁ ଅଧିକ ହେଲେ ଆୟକର ବିଭାଗର ନିୟମ ଲାଗୁ ହେବ।
ନୂଆ ନିୟମ ମୁତାବକ କର୍ମଚାରୀଙ୍କ ବେତନ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥିଲେ ଟିକସ କଟିବ ନାହିଁ। ବର୍ତ୍ତମାନ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଆୟକର ମୁକ୍ତ କରାଯାଇଛି। ୨.୫ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫% ଟିକସ ଲାଗୁ ହେଉଛି। ସବୁ ପ୍ରକାରର ଛାଡ ଏବଂ ସୁବିଧା ଉଠାଇବା ପରେ ଯଦି କର୍ମଚାରୀଙ୍କ ବେତନ ୨୦% ଟିକସ ସ୍ଲାବରେ ଆସୁଛି ତେବେ ୨୦% ଟିଡିଏସ୍‌ କଟିବ। ୫ରୁ ୧୦ ଲକ୍ଷ ଟଙ୍କାର ଆୟ ଉପରେ ଏବେ ୨୦% ଟିକସ ଲାଗୁ ହେଉଛି। ଯଦି କର୍ମଚାରୀଙ୍କ ବେତନ ୩୦% ଟିକସ ସ୍ଲାବରେ ଆସୁଛି ଏବଂ ସେ ପାନ୍‌,ଆଧାର ଜମା କରିନାହାନ୍ତି ଟିଡିଏସ୍‌ କାଟିବା ପୂର୍ବରୁ ହାରାହାରି ଟିକସ ଦର ଉପରେ ବିଚାର କରାଯିବ। ହାରାହାରି ଟିକସ ହାର ୨୦%ରୁ ଅଧିକ ହେଉଥିଲେ ଟିଡିଏସ୍‌ ସେହି ହାରରେ କଟାଯିବ। ପାନ୍‌କୁ ଆଧାର ସହ ଯୋଡିବାର ସୀମାକୁ ୨୦୨୦ ମାର୍ଚ୍ଚ ୩୧ ଯାଏ ବଢାଯାଇଛି ବୋଲି ବିଭାଗ ପୂର୍ବରୁ କହିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟକା, ୨୦୨୫ରେ ବଢିବ…

ନୂଆଦିଲ୍ଲୀ,୧୨।୧୧: ସାରା ବିଶ୍ୱରେ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ନୂଆ କମ୍ପାନୀ ବଜାରରେ ସ୍ମାର୍ଟଫୋନ ଲଞ୍ଚ କରୁଛନ୍ତି। କିନ୍ତୁ ୨୦୨୫ରେ ସ୍ମାର୍ଟଫୋନ...

ଏହି ଦିନ ଶେଷ ହେଉଛି ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ଶେଷ ତାରିଖ: ଅଚଳ ହୋଇଯିବ ପାନ୍ କାର୍ଡ

ନୂଆଦିଲ୍ଲୀ,୧୨।୧୧: ଆୟକର ବିଭାଗ କରଦାତାମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ...

ବେଦାନ୍ତ ଲାଞ୍ଜିଗଡ଼ ଜୋନାଲ ସ୍ପୋଟର୍‌ସ ମିଟ୍‌

ଭୁବନେଶ୍ୱର, ୧୨ା୧୧ (ବିଜୟ ରଣା): ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌ ଲାଞ୍ଜିଗଡ଼ ଆନୁକୂଲ୍ୟରେ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଜୋନାଲ ସ୍ପୋଟର୍‌ସ ମିଟ୍‌ ଇତିମଧ୍ୟରେ ଅନୁଷ୍ଠିତ...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହ ସିକ୍ୟୁରଆଇଜ୍‌’ର ବୁଝାମଣା

ଭୁବନେଶ୍ୱର,୧୨।୧୧: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ସିକ୍ୟୁରଆଇଜ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ସୋମବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର...

ମାଲାବାରର ନୂତନ କଲେକ୍ସନ ‘ସ୍ବର୍ଣ୍ଣାକୃତି’

ଭୁବନେଶ୍ୱର,୧୨।୧୧: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ନୂତନ କଲେକ୍ସନ ‘ସ୍ବର୍ଣ୍ଣାକୃତି’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାରର ଏକ୍ସକ୍ଲୁସିଭ୍‌ ଷ୍ଟୋର(ମାଲାବାର ଶହୀଦନଗର ଷ୍ଟୋର) ପରିସରରେ...

‘ଅଲ୍‌ ନ୍ୟୁ ମାରୁତି ଡିଜାୟର’ର ଅନାବରଣ

ନୂଆଦିଲ୍ଲୀ,୧୨।୧୧: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ମାରୁତି ଡିଜାୟର’ର ଆନୁଷ୍ଠାନିକ ଅନାବରଣ ସୋମବାର...

୨୬ତମ ବୀମା ଲୋକପାଳ ଦିବସ ପାଳିତ

ଭୁବନେଶ୍ୱର,୧୨।୧୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବୀମା ଲୋକପାଳ ଦିବସ (ଡେ) ସୋମବାର ସର୍ବଭାରତୀୟସ୍ତରରେ ପାଳିତ ହୋଇଯାଇଛି। ଏପରିକି ବୀମା ଲୋକପାଳର ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର(ଓଡ଼ିଶା)...

ବିଆଇଏସ୍‌ର ମାନକ ମହୋତ୍ସବ

ଭୁବନେଶ୍ୱର,୧୨ା୧୧(ଅନୁରାଧା ମହାରଣା): କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍‌), ଭୁବନେଶ୍ୱର ପକ୍ଷରୁ ବିଶ୍ୱ ମାନକ ଦିବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri