ନୂଆଦିଲ୍ଲୀ,୧୭।୩ (ପି.ଟି.): ପାନ୍ ସହ ଆଧାର ନମ୍ବର ସଂଯୋଗ ବାଧ୍ୟତାମୂଳକ ହୋଇଥିବାବେଳେ ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ଧାର୍ଯ୍ୟ ହୋଇଥିବା ଆୟକର ବିଭାଗ ପକ୍ଷରୁ ସୋମବାର କୁହାଯାଇଛି। ଏହାକୁ ହାତଛଡ଼ା ନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ପାନ୍ ସହ ଆଧାର ସଂଯୋଗ ନ ହେଲେ ଏହା ଅକାମୀ ହୋଇଯିବ ବୋଲି ଗତମାସରେ କୁହାଯାଇଥିଲା।