Categories: ଗଞ୍ଜାମ

ପାନ ଦୋକାନରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଗୋପାଳପୁର,୧୮ା୮-ଗତ ୧୫ ଦିନରେ ଗୋଳନ୍ଥରା ଥାନା ରଣ୍ଢା, ଗୋବିନ୍ଦନଗର ଓ ଅଟୋନଗର ଅଞ୍ଚଳର ୩ ଦୋକାନ ଓ ଛତୁବାଡ଼ରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଚମ୍ପଟ ମାରିଛନ୍ତି। ଶନିବାର ମଧ୍ୟରାତିରେ ଅଟୋନଗରସ୍ଥିତ ଏକ ପାନ ଦୋକାନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବାରୁ ଦୋକାନଟି ସମ୍ପୂର୍ଣ୍ଣ ଜଳିିଯାଇଛି। ବ୍ରହ୍ମପୁରର ଜ୍ୟୋତି ରଞ୍ଜନ ସ୍ୟାସମଲ ରାତି ୧୦ଟାରେ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ। ମଧ୍ୟରାତିରେ କେତେକ ଦୁର୍ବୃତ୍ତ ଉକ୍ତ ଦୋକାନରେ ନିଆଁ ଲଗାଇ ଚମ୍ପଟ ମାରିଥିଲେ। ଗୋଳନ୍ଥରା ପୋଲିସ ଓ କନିଷି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ଖବର ଲେଖା ହେବା ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇନାହିଁ।