ପାନ ଦୋକାନୀରୁ ଓଏଏସ୍‌: ନାରାୟଣଙ୍କୁ ପୁରୁଷୋତ୍ତମପୁରରେ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର, ୧୦।୧(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ନାରାୟଣ ବେହେରା(୨୫) ଓଡିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ୫୧ ନଂ ର଼୍ୟାଙ୍କରେ ରହି ପୁରୁଷୋତ୍ତମପୁର ଲାଗି ଗୌରବ ଅର୍ଜନ କରିଛନ୍ତି। ଏହି ଉପଲକ୍ଷେ ସହରର ବିଭିନ୍ନ ସଂଗଠନ ଓ ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ଶୋଭାଯାତ୍ରାରେ ବୁଲାଯାଇ ସମ୍ବର୍ଦ୍ଧନା ଦିଆଯାଇଛି। ଅବସରପ୍ରାପ୍ତ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ତାରାତାରିଣୀ କଲେଜ, ଅଟୋ ଚାଳକ ସଂଘ, ଯୁବକ ସଂଘ ସମେତ ବିଭିନ୍ନ ସଂସ୍ଥା ପକ୍ଷରୁ ସଭାମାନ କରି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ନାରାୟଣ ତାଙ୍କର ସଫଳତାର କାହାଣୀ ସମସ୍ତଙ୍କ ସହ ବାଣ୍ଟିଥିଲେ। ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ନାରାୟଣ ପାନଦୋକାନ କରି ବହୁ କଷ୍ଟରେ ପାଠ ପଢ଼ିଥିଲେ । ସେ ବର୍ତ୍ତମାନ କନ୍ଧମାଳ ଜିଲା ତୁମୁୁଡିବନ୍ଧ ବ୍ଲକ ଜଳେଶ୍‌ପେଟା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ଏବେ ଏହି ସଫଳତା ତାଙ୍କୁ ବେଶ ଖୁସି ଦେଇଛି ବୋଲି ସେ କହିଛନ୍ତି।

Share