ପାନ ଦୋକାନୀ ହତ୍ୟା ଘଟଣା: ଜଣେ ଯୁବତୀଙ୍କ ସମେତ ୨ ଗିରଫ

ରେମୁଣା, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆଗଁାସ୍ଥିତ ସାଆନ୍ତା ଛକରେ ପାନ ଦୋକାନୀ ହତ୍ୟା ଘଟଣାର ୧୦ଦିନ ପରେ ପୋଲିସ ଜଣେ ଯୁବତୀଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି। ଇଟାଭାଟି ମ୍ୟାନେଜର ପଣପଣାର ପ୍ରଣବ ସ (୩୫) ଏବଂ ଭାଟିରେ କାମ କରୁଥିବା ଜଣେ ଯୁବତୀ ନିନି ବେହେରା (୩୦) ଗିରଫ ହୋଇଛନ୍ତି ା

ଭୂଇଁପଡ଼ା ଗଁାର ଅମୂଲ୍ୟ ବେହେରା(୪୨)ଙ୍କୁ ଚଳିତ ମାସ ୧୧ତାରିଖ ରାତିରେ ଗଳା କାଟି ହତ୍ୟା କରାଯାଇଥିଲା। ଘଟଣାସ୍ଥଳରୁ ଗୋଟିଏ ହାତୁଡ଼ି ଉଦ୍ଧାର କରାଯାଇଥିଲା। ଅର୍ଥ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି ା ସେଦିନ ରାତିରେ ଦୋକାନ ବନ୍ଦ କରି ଅମୂଲ୍ୟ ଭାଟିରେ ପହଞ୍ଚତ୍ବା ପରେ ସେଠାରେ ସମସ୍ତେ ଖିଆପିଆ କରିଥିଲେ। ଶ୍ରମିକମାନେ ଶୋଇପଡ଼ିବା ପରେ ପାନଦୋକାନୀ ଅମୂଲ୍ୟ, ଭାଟି ମ୍ୟାନେଜର ପ୍ରଣବ ଏବଂ ଯୁବତୀ ନିନିଙ୍କ ମଧ୍ୟରେ ପଇସା କାରବାରକୁ ନେଇ ପାଟିତୁଣ୍ଡ ହୋଇଥିଲା। ଅମୂଲ୍ୟ ସେଠାରୁ ଚାଲି ଆସିବା ପରେ ରାସ୍ତା ପାଖରେ କିଭଳି ତାଙ୍କ ମୁଣ୍ଡକୁ ଛେଚିବା ସହିତ ତଣ୍ଟିକୁ କାଟିଥିଲେ ଗିରଫଦ୍ୱୟ ସ୍ବୀକାର କରିଛନ୍ତି ା ଏହି ଘଟଣାର ପର୍ଦ୍ଦାଫାସ କରିବାରେ ମୋବାଇଲ୍‌ ହିଁ ମୁଖ୍ୟ ଭୂମିକା ନେଇଛି। ଘଟଣା ଦିନ ଅମୂଲ୍ୟ ଓ ପ୍ରଣବ ନୀଳଗିରିରୁ ଏକ ନୂଆ ମୋବାଇଲ କିଣିଥିଲେ। ଘଟଣା ଘଟାଇ ସାରିବା ପରେ ପ୍ରଣବ ନିଜ ଘର ପଣପଣାକୁ ଫେରି ସ୍ତ୍ରୀଙ୍କୁ ମୋବାଇଲ ଦେଇଥିଲେ। ପିନ୍ଧା ଲୁଗାରେ ରକ୍ତ ଲାଗିଥିବାରୁ ତାହା ଏକ ଦୁର୍ଘଟଣାରେ ହୋଇଥିବା କହି ଲୁଗା ପଟା ସବୁ ଗଡ଼ିଆରେ ପୋତି ଦେବାକୁ କହିଥିଲେ। କିଛି ଦିନ ପାଇଁ ବାହାରକୁ ଯାଉଛି କହି ପ୍ରଣବ ଘରୁ ଚାଲି ଯାଇଥିଲେ। ମାତ୍ର ନୂଆ ମୋବାଇଲକୁ ଫୋନ ଆସିବା ପରେ ପୋଲିସ ତାହାକୁ ଟ୍ରାକିଂ କରି ପ୍ରଣବଙ୍କୁ ଜାମଝାଡ଼ିରୁ ଧରିଥିଲା ା ତାଙ୍କଠାରୁ ସୂଚନା ପାଇ ନୀଳଗିରିସ୍ଥିତ ଘରୁ ନିନି ନାମକ ଯୁବତୀଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି।