ପାପଡ଼ାହାଣ୍ଡିରେ କାଳବୈଶାଖୀ ତାଣ୍ଡବ: ଉଡ଼ାଇନେଲା ଘର ଛପର, ଭାଙ୍ଗିଲା ଗଛ

ପାପଡ଼ାହାଣ୍ଡି, ୨୭।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ରବିବାର କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ବିଶେଷଭାବେ ପ୍ରଭାବିତ ହୋଇଛି ଜଟାବାଲ ପଞ୍ଚାୟତ। ପଞ୍ଚାୟତର ବାରିଗୁଡ଼ା, କୃଷ୍ଣଗୁଡ଼ା, ଝାରମୁଣ୍ଡା ଓ ଆଦିବାସୀଗୁଡା ଅଞ୍ଚଳର ବହୁ ଘରର ଚାଳ ଛପର ଉଡ଼ିଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ଗୁଡିକ ଭାଙ୍ଗିପଡ଼ିଛି। ସମ୍ପୂର୍ଣ୍ଣ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଆଜବେଷ୍ଟ ଭାଙ୍ଗି ଝାରମୁଣ୍ଡା ଗ୍ରାମର ଦେବକୀ ସାନ୍ତା ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ସରପଞ୍ଚ ଦେବ ଭତରା, ରାଜସ୍ବ ନିରୀକ୍ଷକ ପଦଲାମ ନାୟକ ଓ ଦେବସିଂ ଗୌଡ଼ ଉକ୍ତ ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ଲୋକଙ୍କୁ ସହାୟତା ପ୍ରଦାନ ଲାଗି ସାଧାରଣରେ ଦାବି ହୋଇଛି।

Share