ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମାକୁ କରାଗଲା ସାନିଟାଇଜ୍‌

ପାପଡାହାଣ୍ଡି,୯।୪(ଡି.ଏନ୍‌.ଏ.): କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଗୁରୁବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାକୁ ସାନିଟାଇଜ କରାଯାଇଛି। ଓୟୁଯେ ସଂଘ , ସ୍ବାସ୍ଥ୍ୟ, ବ୍ଲକ, ପୋଲିସ ଓ ଅଗ୍ନିଶମ ବିଭାଗର ମିଳିତ ଆନୁକୂଲ୍ୟରେ ଗାଁ ଅଞ୍ଚଳକୁ ପରିଷ୍କାର କରାଯାଇଥିଲା। ଏଥିରେ ମେଡିକାଲ, ପଞ୍ଚାୟତ କାର୍ଯାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ବ୍ଲକ କାର୍ଯ୍ୟାଳୟ, ବ୍ୟାଙ୍କ, ମେଡିକାଲ ଦୋକାନ ସହ ସହରର ମୁଖ୍ୟ ରାସ୍ତାରେ ବ୍ଲିଚିଙ୍ଗ, ଫିନାଇଲ ମିଶ୍ରିତ ପାଣି ସିଞ୍ଚନ କରାଯାଇଥିଲା। ଏହାକୁ ନେଇ ସହରବାସୀଙ୍କ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିବା ସୂଚନା ମିଳିଛି।

Share