ପାପୁଆ ନ୍ୟୁ ଗିନିରେ ଭୂକମ୍ପ

କାନ୍‌ବେରା,୧୫ା୫(ଏପି): ମଙ୍ଗଳବାର ସନ୍ଧ୍ୟାରେ ପାପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି ହେବା ଫଳରେ ସୁନାମି ସତର୍କତା ଜାରି କରାଯାଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ (ୟୁଏସ୍‌ଜିଏସ୍‌)ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଭୂକମ୍ପର ମାତ୍ରା ୭.୫। ଏହାର କେନ୍ଦ୍ରସ୍ଥଳ କୋକୋପୋଠାରୁ ଉତ୍ତର-ପୂର୍ବକୁ ୪୫ କିଲୋମିଟର ଦୂରରେ ଭୂପୃଷ୍ଠଠାରୁ ୧୦କିଲୋମିଟର ଗଭୀରତାରେ ଠାବ କରାଯାଇଛି।
ଅଧିକ କ୍ଷୟକ୍ଷତି କରିବା ଆଶଙ୍କା ଅଛି। କିନ୍ତୁ ବିକ୍ଷିପ୍ତ ଜନବସତି ପାଇଁ ମୃତାହତ ସଂଖ୍ୟା କମ୍‌ ହୋଇପାରେ ବୋଲି ୟୁଏସ୍‌ଜିଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଡୋନେସିଆର ପୂର୍ବକୁ ନ୍ୟୁ ଗିନିର ପୂର୍ବ ଅର୍ଦ୍ଧାଂଶରେ ପାପୁଆ ନ୍ୟୁ ଗିନି ଅବସ୍ଥିତ। ପ୍ରଶାନ୍ତ ମହାସାଗରର ‘ରିଙ୍ଗ୍‌ ଅଫ୍‌ ଫାୟାର’ ମଧ୍ୟରେ ଏହା ଅବସ୍ଥିତ ଥିବାରୁ ଅଧିକାଂଶ ସମୟରେ ଏଠାରେ ଭୂକମ୍ପ ଓ ଅଗ୍ନି ଉଦ୍‌ଗିରଣ ଘଟିଥାଏ।

Share