ପାମ୍ପୁଡ଼ି ପନିର୍‌

ପନିର୍‌କୁ ବିଭିନ୍ନ ସ୍ବାଦ ଦେଇ ଖାଦ୍ୟ ପ୍ରସ୍ତୁତ କରାଯାଏ । ଖଟା, ମିଠା ଓ ରାଗ ଆଦି ସ୍ବାଦରେ ପନିର୍‌ ବେଶ୍‌ ଭଲ ଲାଗେ। ସେହିଭଳି ପାମ୍ପୁଡ଼ି ପନିର୍‌ ଏକ ବିଶେଷ ଧରଣର ଖାଦ୍ୟ। ପୁରୀର ଫୁଡ଼୍‌ ସେଣ୍ଟ୍ରାଲରେ କାର୍ଯ୍ୟ କରୁଥିବା ସେଫ୍‌ ମିର୍ଜା ସାହିଲ୍‌ ପାମ୍ପୁଡ଼ି ପନିର୍‌ର ପ୍ରସ୍ତୁତି ସମ୍ପର୍କରେ କୁହନ୍ତି…

ଆବଶ୍ୟକ ସାମଗ୍ରୀ

ପନିର୍‌: ୩୦୦ ଗ୍ରାମ୍‌
ତେଲ: ୩୦୦ ମିଲି
କର୍ନଫ୍ଲୋର୍‌: ୨୫୦ ଗ୍ରାମ୍‌
ମଇଦା: ୫୦ ଗ୍ରାମ୍‌
ବ୍ଲାକ୍‌ ପିପର: ୫ ଗ୍ରାମ୍‌
ପାମ୍ପଡ଼: ୪ଟା
ଆଚାର: ୧୦୦ ଗ୍ରାମ୍‌

ପ୍ରସ୍ତୁତି ପ୍ରଣାଳୀ

ପନିର୍‌କୁ ଗୋଲ୍‌ ଗୋଲ୍‌ କାଟନ୍ତୁ। ଦୁଇଟି ପନିର୍‌ ମଝିରେ ଆଚାର ଦିଅନ୍ତୁ। ମଇଦା, ହ୍ବାଇଟ ପିପର, ବ୍ଲାକ୍‌ ପିପର, ଲୁଣ, ହାଲୁକା ପାଣି ଦେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ପରେ ଆଚାର ଦିଆଯାଇଥିବା ପନିର୍‌କୁ ଏହି ମିଶ୍ରଣରେ ବୁଡ଼େଇ ସେଥିରେ ହାଲୁକା କର୍ନଫ୍ଲୋର ଲଗାଇ ଏଥିରେ ଥିବା ଓଦାଳିଆ ଅଂଶରେ ପାମ୍ପଡ଼ ଖଣ୍ଡ ଲଗାନ୍ତୁ। ପରେ ଗରମ ତେଲରେ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପାମ୍ପୁଡି ପନିର୍‌। ଏଥିରେ ଟମାଟୋ ସସ୍‌ ଲଗେଇ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

ଦଶହରାରେ କ’ଣ କଲେ ହୁଏ ଶୁଭ, ଜାଣନ୍ତୁ ….

ଦଶହରାରେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ମା’ଙ୍କ କୃପା ଲଭିବାକୁ ଘରେ ଘରେ ସ୍ବତନ୍ତ୍ର ପୂଜାବିଧିର ଆୟୋଜନ କରାଯାଇଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି...

ଏହି ୨ ଗୁଣ ଶତ୍ରୁଙ୍କୁ କରିଦେବ ମିତ୍ର ଚାଣକ୍ୟ କହିଲେ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା...

କଦାପି ଏହି ୪ ସ୍ବଭାବର ବ୍ୟକ୍ତିଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ, ପଶ୍ଚାତାପ କରିବେ; ଜାଣନ୍ତୁ ଏଭଳି କାହାକୁ କହିଛନ୍ତି ଚାଣକ୍ୟ…

କଥାରେ ଅଛି ‘ଅତିଥି ଦେବୋ ଭବଃ’। ଅର୍ଥାତ ଅତିଥି ହେଉଛନ୍ତି ଭଗବାନଙ୍କ ସ୍ବରୂପ। କୁହାଯାଏ ଯେ ଭଗବାନ ଯେକୌଣସି ସମୟରେ ଯେକୌଣସି ରୂପରେ ଆସିପାରନ୍ତି। ହିନ୍ଦୁ...

ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ...

ବଢୁଛି କଫି କ୍ରେଜ୍‌

ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟ ମଧ୍ୟରୁ କଫି ଅନ୍ୟତମ। କଫି ପ୍ରେମୀମାନେ ଦୁନିଆର ପ୍ରତ୍ୟେକ କୋଣରେ ଦେଖିବାକୁ ମିଳେ। ଭାରତ ଭଳି ଦେଶରେ କଫି ଏବଂ...

ରକ୍ତ ଦାନ, ମହତ କାମ: ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସନ୍ତୁ

ରକ୍ତ ଦାନ ହେଉଛି ଏକ ମହତ କାମ। କାରଣ ରକ୍ତ ଦାନ କରି ଜଣେ ଅନ୍ୟ ଜଣଙ୍କର ଜୀବନ ରକ୍ଷା କରିପାରିବେ। ପ୍ରତିବର୍ଷ ଅକ୍ଟୋବର ୧ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri