Categories: ଜାତୀୟ

ପାରମ୍ପରିକ ପୋଷାକ ପିନ୍ଧି ଚାଇନା ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ମାମଲାପୁରମ,୧୧।୧୦: ତାମିଲନାଡୁର ମହାବଳିପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ୍‌ ହୋଇଛି। ଏହି ସମୟରେ ମୋଦି ତାମିଲନାଡୁର ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି। ମୋଦି ଧଳା ରଙ୍ଗର ସାର୍ଟ ଓ ଧୋତି(ଭେଷ୍ଟି) ପିନ୍ଧିଥିବା ଦେଖାଯାଇଛି। ଏହାସହ ଏକ ଉତ୍ତରୀୟ ମଧ୍ୟ ପକାଇଛନ୍ତି। ଜିନପିଙ୍ଗ ମଧ୍ୟ ସାଦାସିଧା ପୋଷାକ ଅର୍ଥାତ୍‌ ଧଳା ସାର୍ଟ ଓ କଳା ପ୍ୟାଣ୍ଟ ପିନ୍ଧିଥିବା ଦେଖାଯାଇଛି।

                                                     

ଏହାପରେ ସେ ଅର୍ଜୁନ ତପସ୍ୟା ସ୍ଥଳ ଯାଇ ସେଠାକାର ଇତିହାସ ସମ୍ପର୍କରେ ଅବଗତ ହୋଇଛନ୍ତି। ଏହାପରେ ପଞ୍ଚ ରଥସ୍‌ କମ୍ପେଏକ୍ସରେ ଉଭୟ ପଇଡ଼ ପାଣି ପିଇଛନ୍ତି। ଚାଇନା ରାଷ୍ଟ୍ରପତିଙ୍କ ଏହି ୪୮ ଘଣ୍ଟିଆ ଯାତ୍ରା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ବୈଠକ ପାଇଁ ଚେନ୍ନାଇ ପହଞ୍ଚିଛନ୍ତି।

Share