Advertisement

ପାରସ୍‌-ମାହିରା ଗରିବଙ୍କୁ ବାଣ୍ଟିଲେ ଖାଦ୍ୟ

ମୁମ୍ବାଇ: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଅନେକ ଲୋକ କାମଧନ୍ଦା ହରାଇ ଘରେ ବସି ରହିଛନ୍ତି। ବହୁତ ଲୋକ ଖାଇବାକୁ ମଧ୍ୟ ପାଉନାହାନ୍ତି। ସେମାନଙ୍କୁ ସାହାଯ୍ୟ ପାଇଁ ବଲିଉଡ୍‌ ଅଭିନେତ୍ରୀ ଅଭିନେତାମାନେ ଆଗକୁ ବାହାରିଛନ୍ତି। ନିକଟରେ ସରିଥିବା ‘ବିଗବସ୍‌-୧୩’ର ପପୁଲାର ପ୍ରତିଯୋଗୀ ପାରସ୍‌ ଛାଓ୍ବଡା ଏବଂ ମାହିରା ଶର୍ମା ମଙ୍ଗଳବାର ଗରିବ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍‌ ବଣ୍ଟନ କରିଛନ୍ତି। ଏହାକୁ ବଣ୍ଟନ କରି ସେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଏଥିରେ ପାରସ୍‌ କହିଛନ୍ତି ଯେ, ଆମେ ଏହି ଖାଦ୍ୟ ବଣ୍ଟନ କାମ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଗାଇଡ୍‌ଲାଇନ୍‌ ଅନୁସାରେ ମାସ୍କ ଏବଂ ଗ୍ଲୋବ୍ସ ପିନ୍ଧି କରିଛୁ। ଏହାଛଡ଼ା ସାମାଜିକ ଦୂରତା ମଧ୍ୟ ବଜାୟ ରଖିଛୁ। ଏପରି ଲୋକ ଅଛନ୍ତି ଯେଉଁମାନେ ଏହି ସମୟରେ ଖାଇବାକୁ ପାଉନାହାନ୍ତି। ସମସ୍ତେ ଏଭଳି ଗରିବ ଏବଂ ଯାଯାବରଙ୍କୁ ସାହାଯ୍ୟ ଏବଂ ସହଯୋଗ କରିବା ଦରକାର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share