ପାରାଦୀପଠାରୁ ୯୫ କିମି ଦୂରରେ ‘ବୁଲ୍‌ବୁଲ୍‌’: ଉପକୂଳବର୍ତ୍ତୀ ଜିଲାରେ ଲାଗି ରହିବ ବର୍ଷା

ଭୁବନେଶ୍ୱର,୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଏବେ ପାରାଦୀପଠାରୁ ୯୫ କିମି ଦୂରରେ। ଏହା ପୂର୍ବ ଉତ୍ତର ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କରିଛି। ବାତ୍ୟା ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଆହୁରି ୪ ରୁ ୫ ଘଣ୍ଟାଯାଏ ବର୍ଷା ଜାରି ରହିବ। ବିଶେଷକରି ବାଲେଶ୍ୱର, ଭଦ୍ରକରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଶନିବାର ସୂଚନା ଦେଇଛନ୍ତି। ବୁଲ୍‌ବୁଲ୍‌ ପ୍ରଭାବରେ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହେବା ସହ ପାରାଦୀପ, ରାଜନଗର, ଚାନ୍ଦବାଲି, ବାସୁଦେବପୁରରେ ଗଛ ଉପୁଡ଼ିଛି। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ଦ୍ୱାରା ଗଛକଟା ଆରମ୍ଭ ହୋଇଯାଇଛି। ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବୋହୁଥିବା ବେଳେ ବନ୍ଦରରେ ଡଙ୍ଗା ଓଲଟିବା ଯୋଗୁ ୯ ମତ୍ସ୍ୟଜୀବୀ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଥିବା ସେ ମଧ୍ୟ କହିଛନ୍ତି।

Share