ପାରାଦୀପରେ ବିଜେଡିର ହ୍ୟାଟ୍ରିକ୍‌

ପାରାଦୀପ,୨୪।୫(ସ୍ବ.ପ୍ର.): ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ପାରାଦୀପ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି। ୨୦୦୯ରେ ଏହି ନିର୍ବାଚନମଣ୍ଡଳୀ ପୁନର୍ଗଠିତ ହେବା ପରଠାରୁ ଏହାକୁ ମିଶାଇ ବିଜେଡିର ହ୍ୟାଟ୍ରିକ ବିଜୟ ହୋଇଛି। ୨୦୦୯ ଓ ୨୦୧୪ରେ ତତ୍କାଳୀନ ବିଜେଡି ପ୍ରାର୍ଥୀ ଦାମୋଦର ରାଉତ ବିଜୟୀ ହୋଇଥିଲେ। ଚଳିତଥର ବିଜେଡି ଜିତିବା ପରେ ପାରାଦୀପ ବିଜେଡିର ଗଡ଼ ଭାବେ ପରିଗଣିତ ହୋଇଛି। ଗୁରୁବାର ରାତି ୮.୩୦ ସୁଦ୍ଧା ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ୨୦ହଜାରରୁ ଊର୍ଦ୍ଧ୍ୱ ଭୋଟ୍‌ରେ ବିଜୟୀ ହୋଇଥିବା ଜଣାପଡିଛି। ଏହି ଖବର ପ୍ରଚାରିତ ହେବା ପରେ ଦଳୀୟ କର୍ମୀମାନେ ବାଣ ଫୁଟାଇ ମିଠା ବାଣ୍ଟି ଉତ୍ସବ ପାଳିଛନ୍ତି। ସେହିପରି ସମ୍ବିତ ନିର୍ବାଚନମଣ୍ଡଳୀ ବୁଲି କର୍ମୀଙ୍କୁ ଉତ୍ସାହିତ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଓ ଭାଜପା ଶିବିରରେ ନୈରାଶ୍ୟ ଖେଳିଯାଇଛି।

Share