ପାରାଦୀପ-ଭଦ୍ରସାହି ଅର୍ଥନୈତିକ କରିଡର ବିକାଶ ପାଇଁ ପ୍ରସ୍ତାବ ଦେଲା ରାଜ୍ୟ

ଭୁବନେଶ୍ୱର,୬।୩(ବ୍ୟୁରୋ): ପାରାଦୀପରୁ ଭଦ୍ରସାହି-ବଡ଼ବିଲ ଅର୍ଥନୈତିକ କରିଡର ବିକାଶ କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି। ରାଜ୍ୟ ସରକାର ଜମି ଅଧିଗ୍ରହଣ କ୍ଷେତ୍ରରେ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶୁକ୍ରବାର କେନ୍ଦ୍ର ସରକାରଙ୍କ ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହ ହୋଇଥିବା ବୈଠକରେ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜିଲା ଦେଇ ୫,୭୫୩ କିଲୋମିଟରର ୩୮ଟି ଜାତୀୟ ରାଜପଥ ଯାଇଛି। ସେଥିରୁ ୧୯ଟିକୁ ଏନ୍‌ଏଚ୍‌ଏଆଇ ପରିଚାଳନା କରୁଥିବା ବେଳେ ଅନ୍ୟ ୨,୯୨୦ କିଲୋମିଟର ବ୍ୟାପୀ ୧୯ଟି ରାଜପଥକୁ ରାଜ୍ୟ ସରକାର ପରିଚାଳନା କରୁଛନ୍ତି। ଏନ୍‌ଏଚ୍‌ଏଆଇ ଦ୍ୱାରା ୧୫୦୧୫ କୋଟି ଟଙ୍କାର ୨୦ଟି ରାଜପଥ ପ୍ରକଳ୍ପରୁ ୯୦୧ କିଲୋମିଟରର କାର୍ଯ୍ୟ ଜାରି ରହିଥିବା ବେଳେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ୧୧୪୬ କିଲୋମିଟର ବ୍ୟାପ୍ତ ୩୧ଟି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି। ପୂର୍ତ୍ତ ସଚିବ କ୍ରିଷନ କୁମାର ପାରାଦୀପ-ବଡ଼ବିଲ ଅର୍ଥନୈତିକ କରିଡର ଶିଳ୍ପ ଓ ଅର୍ଥନୈତିକ ସମ୍ଭାବନା ସମ୍ପର୍କରେ ବୈଠକରେ ସୂଚନା ଦେଇଥିଲେ।

Share