Categories: ଜାତୀୟ

ପାରା ଦେହରେ ଉର୍ଦ୍ଦୁ କୋର୍ଡ ଓ୍ବାର୍ଡ ଦେଖି ଚିନ୍ତାରେ ଗୁଇନ୍ଦା ବିଭାଗ

ଜୟପୁର,୧୮।୯: ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲା ୬୧ ଏଫ୍‌ ଗାଁରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କୁ ଚମକାଇ ଦେଇଛି। କିଛି ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ପାକିସ୍ତାନର ଏକ ପାରା ଉଡିଆସି ରାଜସ୍ଥାନର ଏକ କ୍ଷେତରେ ବିସିଥିବା ଦେଖିଥିଲେ ଚାଷୀ ଲଖବିନ୍ଦ୍ର ସିଂ। ପାରାଟିକୁ ଦେଖି ତାଙ୍କର ସନ୍ଦେହ ହେବାରୁ ସେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ସହ ବିଏସ୍‌ଏଫ୍‌ ଅଧିକାରୀ ପାରା ବସିଥିବା କ୍ଷେତରେ ପହଞ୍ଚିଥିଲେ। ଏହାପରେ ସେ ପାରାଟିକୁ ଉଦ୍ଧାର କରି ଶ୍ରୀକରଣପୁର ପୋଲିସ ଷ୍ଟେଶନ ନେଇ ଯାଇଥିଲେ। ଏହାପରେ ପାରାକୁ ନେଇ ଯାଞ୍ଚ ଆରମ୍ଭ କରାଯାଇଥିଲା। ହେଲେ ୨ ଦିନ ପରେ ପାରାଟିକୁ ବିକାନେର ଭେଟନାରୀ କଲେଜକୁ ପଠାଇ ଦିଆଯାଇଥିଲା। ଏବେ ଏହାର ଯାଞ୍ଚ କରିବା ପାଇଁ ଦିଲ୍ଲୀରୁ ବିଶେଷଜ୍ଞ ଆସିବେ ବୋଲି କୁହାଯାଉଛି। ତେବେ ପାରାଟିର ଡାହାଣ ପକ୍ଷୀରେ ଉର୍ଦ୍ଦୁ ଭାଷାରେ ଏକ ମୋହର ଲାଗିଛି। ଏହା ସହ ଏକ ୧୦ ଅଙ୍କ ବିଶିଷ୍ଟ ନମ୍ବର ମଧ୍ୟ ଲେଖାଯାଇଛି। ପାରା ଗୋଡରେ ଉସ୍ତାଦ, ଅଖତର ଓ ଇରଫାନ ଲେଖା ହୋଇଛି। ଆଉ ଏହାକୁ ଦେଖିବା ପରେ ଏବେ ଗୁଇନ୍ଦା ସଂସ୍ଥାର ଚିନ୍ତା ବଢିଯାଇଥିବା କୁହାଯାଉଛି। ତେବେ ଖବରର ସତ୍ୟତାକୁ ନେଇ ଏପର୍ଯ୍ୟନ୍ତ କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ।

Share