ପାରା ପରରେ ତିଆରି ହେଲା ସ୍ବୟଂଚାଳିତ ରୋବୋଟିକ୍‌ ବିମାନ…

କାଲିଫର୍ନିଆ, ୧୮।୧: ପ୍ରତିଦିନ ବୈଜ୍ଞାନିକମାନେ ନୂଆ ନୂଆ ଗବେଷଣା କରୁଛନ୍ତି। ସମ୍ପ୍ରତି ଆମେରିକାର କାଲିଫର୍ନିଆ ସ୍ଥିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ୪୦ଟି ପାରା ପରରେ ସ୍ବୟଂଚାଳିତ ରୋବୋଟିକ୍‌ ବିମାନ ନିର୍ମାଣ କରିଛନ୍ତି। ବିମାନର ଡେଣା ସମ୍ପୂର୍ଣ୍ଣ ଭାବେ ପରରେ ନିର୍ମିତ। ଏହାକୁ ପିଜନ ବୋଟ୍‌ ଭାବେ ନାମିତ କରାଯାଇଛି। ଏହା ଆକାଶରେ ପକ୍ଷୀଙ୍କ ଗହଣରେ ସହଜରେ ଉଡ଼ିବାକୁ ସକ୍ଷମ ହୋଇପାରିବ। ପାରା ପରରେ ତିଆରି ହୋଇଥିବାରୁ ଅନ୍ୟ ପକ୍ଷୀ ଏହା ଯେ ଏକ ବିମାନ ତାହା ସହଜରେ ଜାଣି ପାରିବେ ନାହିଁ। ଏହାଦ୍ୱାରା ବିଭିନ୍ନ ପକ୍ଷୀଙ୍କ ଜୀବନଶୈଳୀ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଇପାରିବ। ଏହା ପକ୍ଷୀଙ୍କ ଭଳି ଶବ୍ଦ ମଧ୍ୟ ସୃଷ୍ଟି କରିବାକୁ ସକ୍ଷମ। ଏହାର ଡେଣାର ପର ନଷ୍ଟ ହେଲେ ନୂଆ ପର ମଧ୍ୟ ଲଗାଯାଇ ପାରିବ ବୋଲି ଗବେଷକ ସୂଚନା ଦେଇଛନ୍ତି।

Share