Posted inଖେଳ

ପାରା ବ୍ୟାଡ୍‌ମିଣ୍ଟନର ଅର୍ଜୁନ

ରାଜ୍ୟର ଅଷ୍ଟମ ଖେଳାଳି ଭାବେ ପ୍ରମୋଦ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତେବେ ପ୍ରଥମ ପାରା ଆଥଲେଟ୍‌ ହିସାବରେ ସେ ରାଜ୍ୟ ପାଇଁ ଏହି ସମ୍ମାନ ହାସଲ କରିବାକୁ ଯାଉଛନ୍ତି। ପୋଲିଓ କାରଣରୁ ଶାରୀରିକ ଭାବେ ଅକ୍ଷମ ହୋଇଥିଲେ ମଧ୍ୟ ଦୀର୍ଘଦିନର ସଂଘର୍ଷ ଓ ଅଧ୍ୟବସାୟ ବଳରେ ପାରା ବ୍ୟାଡମିଣ୍ଟନରେ ସେ ବିଶ୍ୱସ୍ତରୀୟ ସଫଳତା
ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି…

ଜଣେ ଶାରୀରିକ ଅକ୍ଷମ ହେଲେ ଅନେକ ଭାବନ୍ତି ଯେ ବୋଧହୁଏ ସେ ଲୋକଟିର ଜୀବନର ମାନେ କିଛି ନାହିଁ। ପରର ଦୟାରେ ଚଳିବ ଆଉ ବୋଧହୁଏ ସାରାଜୀବନ ଅନ୍ୟର ଗୋଡାଣିଆ ହୋଇ ରହିବାକୁ ବାଧ୍ୟ ହେବ। ଚାକିରି, ବିବାହ କିମ୍ବା ସଂସାର କରିବା ଆଦି କଥା ହୁଏତ ତା ଭାଗ୍ୟରେ ଥିଲେ ମିଳିପାରେ। ଆଉ ରହିଲା ଦେଶ କଥା। ଏପରି ଶାରୀରିକ ଅକ୍ଷମମାନେ ଦେଶ ବା ଜାତି ପାଇଁ କ’ଣ ବା କରିପାରିବେ। ଅତିବେଶିରେ ଗୀତ ଗାଇ କିମ୍ବା ଚିତ୍ରକରିବା ପରି ପାରମ୍ପରିକ ବିଦ୍ୟାରେ ହୁଏତ କିଛି ନାମ କମାଇ ପାରନ୍ତି। ମାତ୍ର ଏମିତି ବି ଭିନ୍ନକ୍ଷମ ଅଛନ୍ତି ଯେଉଁମାନେ ଏହି ପାରମ୍ପରିକ ଚିନ୍ତାଧାରାର ଆଡିବନ୍ଧ ଡେଇଁ ନିଜ ପାଇଁ ନାମ କମାନ୍ତି। ଦେଶକୁ ଥରେ ନୁହେଁ ବହୁବାର ଗୌରବାନ୍ବିତ କରନ୍ତି। ଆଉ ସବୁଥର ଦେଶବାସୀ ତାଙ୍କ ପ୍ରସିଦ୍ଧି ଏବଂ ପ୍ରଦର୍ଶନରେ ହତଚକିତ ହୁଅନ୍ତି ଆଉ ଏହି ଭଳି ଭିନ୍ନ ଦକ୍ଷତା ପାଇଁ ସଲାମ କରନ୍ତି। ସେହିପରି ଜଣେ ଭିନ୍ନକ୍ଷମ ବ୍ୟାଡମିଣ୍ଟନ ଖେଳାଳି ହେଉଛନ୍ତି ପ୍ରମୋଦ ଭଗତ। ଦୀର୍ଘ ୪ ବର୍ଷଧରି ନିଜର ଅକ୍ଳାନ୍ତ ପରିଶ୍ରମ ଆଉ ଦୁନିଆ ବୁଲି ବୁଲି ଭାରତ ତଥା ନିଜ ପାଇଁ ପଦକ ଜିତୁଥିବା ପ୍ରମୋଦ ଏବେ ଅର୍ଜୁନ ପୁରସ୍କାର ପାଇ ଓଡିଶାବାସୀଙ୍କ ନୟନମଣି ହୋଇପାରିଛନ୍ତି।
ଜଣେ ଅର୍ଜୁନ ପୁରସ୍କାର ପାଇବା ବେଶ୍‌ ଗର୍ବର କଥା। ଆଉ ଏ ଯାଏ ଆସିବାକୁ ମୋତେ ବହୁତ ସଂଘର୍ଷ କରିବାକୁ ପଡିଛି। ଏହା ହେଉଛି ନିକଟରେ ଅର୍ଜୁନ ପୁରସ୍କାର ଜିତିଥିବା ଭିନ୍ନକ୍ଷମ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ନିଜ କଥା। ଲୋକ ମୋର ଦକ୍ଷତା ଅପେକ୍ଷା ଶାରୀରିକ ଅକ୍ଷମତାକୁ ବେଶି ଦେଖୁଥିଲେ। ଏହା ହିଁ ମୋତେ ମୋ ଅକ୍ଷମତା ବିରୋଧରେ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଉଥିଲା। ଅର୍ଜୁନ ପୁରସ୍କାର ପାଇବାରେ ପ୍ରମୋଦ ହେଉଛନ୍ତି ୮ମ ଓଡିଆ। ଯେଉଁ ଲୋକମାନେ ଦିନେ ପ୍ରମୋଦଙ୍କ ଅକ୍ଷମତା ଦେଖୁଥିଲେ ଆଜି ସେମାନେ ତାଙ୍କ ପାଖରେ ରାଶି ରାଶି ପଦକ ଆଉ ପୁରସ୍କାର ଦେଖି ନିଜକୁ ଭୁଲ୍‌ ବୋଲି ପ୍ରମାଣିତ କରୁଛନ୍ତି। ପ୍ରମୋଦ ଦିନେ ବିଶ୍ୱରେ ଏକ ନଂ ପାରା ଶଟଲର ଥିଲେ ଏବଂ ତିନିଥର ବିଶ୍ୱ ଚାମ୍ପିୟନ ଏକଥା ଅନେକ ସମୟରେ ସହଜରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ। ପୁଣି ଆଶ୍ଚଯର୍‌ୟଜନକଭାବେ ସେ ଉଭୟ ସିଙ୍ଗଲ୍ସ ଏବଂ ଡବଲ୍ସ ଖେଳରେ ନିଜର ଦକ୍ଷତା ଦେଖାଇଛନ୍ତି।
୪ ବର୍ଷ ବୟସରୁ ପ୍ରମୋଦଙ୍କ ବାମଗୋଡ ପୋଲିଓର ଶିକାର ହୋଇଥିଲେ ବି ଏହା ତାଙ୍କୁ ଅଟକାଇ ପାରି ନ ଥିଲା। ଠିକ୍‌ରେ ଚାଲିପାରୁ ନ ଥିଲେ ବି ଜଣେ ଯେ ବ୍ୟାଡମିଣ୍ଟନ ପରି ଖେଳରେ ନିଜ ବିଭାଗରେ ବିଶ୍ୱ ଚାମ୍ପିୟନ ହୋଇପାରିବ ତାହା ଅନେକଙ୍କର ଧାରଣା ବାହାରେ ଥିବା ସ୍ବାଭାବିକ। ଅଥଚ ପ୍ରମୋଦ ଭିନ୍ନକ୍ଷମ ହୋଇ ଯେ ଖେଳିଛନ୍ତି ତା’ ନୁହେଁ ବରଂ ଏ ଯାଏ ଯେତିକି ପଦକ ଜିତିଛନ୍ତି ତାହା ଶୁଣିଲେ ଜଣେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ୍‌। ପ୍ରମୋଦଙ୍କ ପାଖରେ ଅଛି ଜାତୀୟ ସ୍ତରରେ ୩୦ଟି ସ୍ବର୍ଣ୍ଣ ଏବଂ ୧୨ ରୌପ୍ୟ। ସେହିପରି ଅନ୍ତର୍ଜାତୀୟ ସ୍ତରରେ ସେ ଗୋଟାଇଛନ୍ତି ୧୯ ସ୍ବର୍ଣ୍ଣ ଆଉ ୭ ରୌପ୍ୟ। ଏଥି ମଧ୍ୟରେ କେବଳ ୨୦୧୯ରେ ହିଁ ସେ ପାଇଛନ୍ତି ୮ଟି ସ୍ବର୍ଣ୍ଣ, ୨ ରୌପ୍ୟ ଏବଂ ୨ ବ୍ରୋଞ୍ଜ ପଦକ।
ବୋଧହୁଏ ବ୍ୟାଡମିଣ୍ଟନ ଖେଳିବାକୁ ହିଁ ପ୍ରମୋଦ ଜନ୍ମ ହୋଇଥିଲେ। ୧୦ ବର୍ଷ ବୟସରୁ ଏହି ଖେଳ ପ୍ରତି ସେ ନିଜର ଭଲପାଇବା ଜାହିର କରିଆସିଛନ୍ତି। ନିଜର ତିନି ସାଙ୍ଗଙ୍କ ସହ ମଉଜମସ୍ତି କରିବା ପାଇଁ ଘର ପଛପଟେ ବ୍ୟାଡମିଣ୍ଟନ ଖେଳୁଥିବା ପ୍ରମୋଦ କେତେବେଳେ ଯେ ଏହି ଖେଳପ୍ରତି ସିରିୟସ ହୋଇଗଲେ ତାହା ବୋଧେ ସେ ନିଜେ ଜାଣିନଥିବେ। ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ସେ ସାଧାରଣ ଲୋକଙ୍କ ପରି ଖେଳିପାରୁଥିବା ଦେଖିଲେ ଅନେକ ଆଶ୍ଚର୍ଯ୍ୟ ହେଉଥିଲେ। ଏହା ଭିତରେ ତାଙ୍କର ବୟସ ବଢିବା ସଙ୍ଗେସଙ୍ଗେ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଲାଗିଲେ। ୨୦୦୫ରେ ବୁର୍ଲାରେ ଆଉଟଡୋର ଟୁର୍ନାମେଣ୍ଟରେ ଭାଗନେଉଥିବା ବେଳେ ସେ ଭେଟିଥିଲେ ରାଜ୍ୟ ବ୍ୟାଡମିଣ୍ଟନର ପ୍ରତିଷ୍ଠିତ ଖେଳାଳି କମଳ ଦାସଙ୍କ ସହ। ସେ ହିଁ ତାଙ୍କୁ ବ୍ୟାଡମିଣ୍ଟନରେ କ୍ୟାରିୟର କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ। ତାଙ୍କରି ଚେଷ୍ଟାରେ ପ୍ରମୋଦ ଭେଟିଥିଲେ ପାରା ବ୍ୟାଡମିଣ୍ଟନ କୋଚ୍‌ ଶିବ ପ୍ରସାଦ ଦାସଙ୍କୁ। କୋଚ୍‌ ଶିବ ପ୍ରସାଦଙ୍କ ପାଖରେ ରହି ସେ ଖେଳିବାର ମୂଳ ସୋପାନ ଚଢିବା ଶିଖିଥିଲେ। ଅନୁଗୋଳରେ ରହୁଥିବା କୋଚଙ୍କ ଘର ହିଁ ପାଲଟିଥିଲା ଆଜିର ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦଙ୍କ ପାଇଁ ପ୍ରଫେଶନାଲ ବ୍ୟାଡମଣ୍ଟନକୁ ପରଖିବାର ରଙ୍ଗଭୂମି। ଏଇଠୁ ହିଁ ପ୍ରମୋଦ ପାଇଥିଲେ ଉଡିବାର ଅଭିଳାଷା, ଆଉ ପାରା ବ୍ୟାଡମିଣ୍ଟନକୁ ନେଇ ଏଇଠି ହିଁ ବଢୁଥିଲା ଓଡିଶାର ସୁଯୋଗ୍ୟ ସନ୍ତାନ।
ପାରା ବ୍ୟାଡମିଣ୍ଟନର ନୂଆ ପୋଷ୍ଟରବୟ ପ୍ରମୋଦଙ୍କର ଏଇଠାରେ ହିଁ ଆରମ୍ଭ ହୋଇଥିଲା ଜୟଯାତ୍ରା।
ଆଗରୁ ତିିନିଥର ଆବେଦନ କରିଥିଲେ ବି ପ୍ରମୋଦ ଏଯାଏ ରାଷ୍ଟ୍ରର ଏହି ବହୁମୂଲ୍ୟ ସମ୍ମାନ ପାଇବାରେ ବିଫଳ ହୋଇଥିଲେ। କିନ୍ତୁ ଏଥର ସୁଇଜରଲାଣ୍ଡର ବାସିଲଠାରେ ବିଶ୍ୱ ଚାମ୍ପିୟନଶିପରେ ଭାଗନେବାକୁ ବିଦେଶ ଗସ୍ତରେ ଥିବାରୁ ଏ ବିଷୟରେ ସେ ଖବର ବିଳମ୍ବରେ ଜାଣିଲେ। ଖେଳରେ ନାମ କରିବା ନିଜର ଇଚ୍ଛା ଥିଲା ଆଉ ସରକାରୀ ଚାକିରି କରିବା ନିଜ ବାପାଙ୍କର ଇଚ୍ଛାଥିଲା। ଏବେ ଇଏସଆଇସି ଭୁବନେଶ୍ୱରେ ଚାକିରି କରୁଥିବା ପ୍ରମୋଦ ବିଶ୍ୱର ଚାରିଆଡେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ପଦକ ଜିତିବା ପରେ ଉଭୟ ନିଜ ପିତା ଏବଂ ନିଜର ସ୍ବପ୍ନକୁ ସାକାର କରିପାରିଛନ୍ତି। ଭିନ୍ନକ୍ଷମ ଥାଇ ଅନେକ ନିଜର ସ୍ବପ୍ନ ପୂରଣ କରିପାରୁ ନ ଥିବାବେଳେ ପ୍ରମୋଦ ଆମ ସମସ୍ତଙ୍କ ପାଇଁ ଏକ ଜାଜୁଲ୍ୟ ମାନ ଆଦର୍ଶ ନୁହେଁ କି? ବିଏ ପାସ କରିଥିବା ପ୍ରମୋଦଙ୍କ ଏବେ ଆଗାମୀ ଲକ୍ଷ୍ୟ ଟୋକିଓରେ ୨୦୨୦ରେ ହେବାକୁ ଥିବା ପାରା ଅଲିମ୍ପିକ୍ସ ଉପରେ। ଏଥିରେ ପଦକ ଜିତିପାରିଲେ ସେ ଯେ କେବଳ ଇତିହାସ ରଚିବେ ତାହା ନୁହେଁ ବରଂ ଜଣେ ଭିନ୍ନକ୍ଷମ ନିଜର ଇଚ୍ଛାଶକ୍ତିକୁ ପାଥେୟ କରି ଯେ ଇତିହାସରେ ସ୍ଥାନ ପାଇପାରେ ତାହା ପୁଣିଥରେ ପ୍ରମାଣିତ କରିବେ। କେବଳ ପ୍ରମୋଦ ନୁହନ୍ତି ପୂରା ଭାରତବର୍ଷ ଏବଂ ଆହୁରି ଅନେକ ଚାତକର ସହ ଏହି ଦିନକୁ ଅପେକ୍ଷା କରି ରହିବା ବେଶ୍‌ ସ୍ବାଭାବିକ୍‌ କଥା।

ନାମ: ପ୍ରମୋଦ ଭଗତ
ଜନ୍ମ: ୪ ଜୁନ୍‌ ୧୯୮୮
ଜନ୍ମସ୍ଥାନ: ଅତାବିରା, ବରଗଡ଼
ସ୍ପୋଟର୍‌ସ: ପାରା ବ୍ୟାଡ୍‌ମିଣ୍ଟନ (ଏସ୍‌ଏଲ୍‌-୩)
ଟ୍ରେନିଂବେସ୍‌: ଜିଆଇଏଚ୍‌ ୟୁନିଟ୍‌-୧, ଭୁବନେଶ୍ୱର
ଶାରୀରିକ ଅକ୍ଷମତାର ପ୍ରକୃତି- ଅର୍ଥୋପେଡିକ୍‌ ପୋଲିଓ (ବାମଗୋଡ)
ମାତାପିତା: କୁସୁମ ଦେବୀ, ସ୍ବର୍ଗତ କୈଳାସ ଭଗତ
ପ୍ରମୁଖ ଅନ୍ତର୍ଜାତୀୟ ସଫଳତା:
ବ୍ରୋଞ୍ଜ – ୨୦୧୭ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ପାରା ଚାମ୍ପିୟନଶିପ୍‌
ବ୍ରୋଞ୍ଜ (ସିଙ୍ଗଲ୍ସ ଓ ଡବଲ୍ସ)- ୨୦୧୬ ବିଡବ୍ଲ୍ୟଏଫ୍‌ ଏସିଆନ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌।
ସ୍ବର୍ଣ୍ଣ (ଡବଲ୍ସ), ରୌପ୍ୟ (ସିଙ୍ଗଲ୍ସ)- ୨୦୧୫ ବିଡବ୍ଲ୍ୟୁଏଫ୍‌ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌

ରୁଦ୍ର ପ୍ରସନ୍ନ ରଥ


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri