Categories: ରାଜ୍ୟ

ପାରିପାରିକ କଳହ: ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୋଳ ଅଫିସ,୮।୬: ଅନୁଗୋଳ ଜିଲା କଣିହାଁ ଥାନାରେ ପାରିବାରିକ କଳହର ସମାଧାନ ସମୟରେ ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଶନିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବକ ହେଲେ ବଡ଼ଗୁଣ୍ଡୁରି ଅଞ୍ଚଳର ଦୀପକ ବାରିକ(୨୫)।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟାରେ ପାରିବାରିକ କଳହର ସମାଧାନ ପାଇଁ ପୋଲିସ ଦୀପକକୁ ଥାନାକୁ ଡାକି ପଚରାଉଚରା କରିଥିଲା। ଏହି ସମୟରେ ପୋଲିସ ତାଙ୍କୁ ମାଡ଼ ମାରିଥିଲା। ଫଳରେ ଦୀପକ ଥାନାରେ ଚେତାଶୂନ୍ୟ ହୋଇପଡିବାରୁ ତାଙ୍କୁ ପ୍ରଥମେ କଣିହାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବା ସହ ତାଙ୍କ ନାକରୁ ରକ୍ତସ୍ରାବ ହୋଇଥିଲା। ପରେ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୀପକଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Share