ପାରିବାରିକ ଅଶାନ୍ତିରୁ ଆର୍‌ବିଆଇ ଜିଏମ୍‌ଙ୍କ ଆତ୍ମହତ୍ୟା

ଚଣ୍ଡିଖୋଲ,୨୫।୧୧(ଡ.ଏନ୍‌.ଏ.): ଯାଜପୁର ଜିଲା ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲରେ ଜଣେ ବ୍ୟାଙ୍କ ଅଧିକାରୀ ବେକରେ ବେଡସିଟ୍‌ ଗୁଡ଼ାଇ ଗୁରୁବାର ରାତିିରେ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଯାଜପୁର ଥାାନା ଅନ୍ତର୍ଗତ ନରହରିପୁର ଗ୍ରାମର ଆଶିଷ ରଞ୍ଜନ ସାମଲ। ସେ ଗୌହାଟିରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆର୍‌ବିଆଇ)ର ଜେନେରାଲ ମ୍ୟାନେଜର ଭାବେ କାମ କରୁଥିଲେ। ଗୁରୁବାର ମା’ଙ୍କୁ ଦେଖା କରିବା ଲାଗି ସେ ନିଜ ଘରକୁ ଆସିଥିଲେ। ସେଠାରୁ ସ୍ତ୍ରୀ ଏବଂ ପିଲାଙ୍କୁ ଦେଖିବା ଲାଗି ଭୁବନେଶ୍ୱର ଯାଇଥିଲେ। ଏହାପରେ ସେ ଉକ୍ତ ହୋଟେଲରେ ରୁମ୍‌ ବୁକ୍‌ କରି ଆତ୍ମହତ୍ୟା କରିଛନ୍ତି। ତେବେ ପାରିବାରିକ ଅଶାନ୍ତିରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

Share