Categories: ଗଞ୍ଜାମ

ପାରିବାରିକ କଳହରୁ ଆତ୍ମହତ୍ୟା ଅଭିଯୋଗ

ହିଞ୍ଜିଳିକାଟୁ,୨୪।୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ରାଜାତୋଟା ସାହିର ଜଣେ ବ୍ୟକ୍ତି ମଙ୍ଗଳବାର ପରିବାରବର୍ଗଙ୍କ ଅନୁପସ୍ଥିତିରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଏ. ଲକ୍ଷ୍ମୀ ନାରାୟଣ ଆଚାରୀ (୪୫)। ସେ ରାସ୍ତା କଡ଼ରେ ଫାଷ୍ଟଫୁଡ୍‌ ଦୋକାନ କରି ଗୁଜରାଣ ମେଣ୍ଟାଉଥିଲେ। ବେପାରରେ ତାଙ୍କ ସ୍ତ୍ରୀ ସହଯୋଗ କରୁଥିଲେ। କିଛିଦିନ ଧରି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମନାନ୍ତର ହେତୁ ସେ ବେପାର କରିବାକୁ ଯାଉ ନ ଥିଲେ ବୋଲି ଶୁଣିବାକୁ ମିିଳିଛି। ତାଙ୍କର ସ୍ତ୍ରୀ ଉକ୍ତ ବେପାର ସମ୍ଭାଳୁଥିଲେ। ମଙ୍ଗଳବାର ରାତିରେ ମହିଳା ଜଣକ ଦୋକାନ ବନ୍ଦ କରି ଘରକୁ ଫେରି ସ୍ବାମୀଙ୍କୁ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ଏଥିନେଇ ସାହିପଡ଼ିଶାଙ୍କୁ ମହିଳା ଜଣକ ଜଣାଇବା ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପୋଲିସ ପକ୍ଷରୁ ବୁଧବାର ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର  ଡାକ୍ତରଖାନା ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କେସ ନଂ ୧୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି।