ଝୁମ୍ପୁରା, ୨।୯ (ଡି.ଏନ.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ୧୮ ବର୍ଷର ଜଣେ ଯୁବକଙ୍କୁ ରବିବାର ଅପରାହ୍ନରେ ପଥରରେ ଛେଚି ହତ୍ୟା କରାଯାଇଛି। ଘରୋଇ କଳିକୁ କେନ୍ଦ୍ର କରି ଏଭଳି ଅଭାବନୀୟ କାଣ୍ଡ ଘଟିଛି। ଗ୍ରାମବାସୀଙ୍କଠାରୁ ଖବର ପାଇ ବାମେବାରୀ ଥାନା ଅଧିକାରୀ ପରେଶ ମହାନ୍ତି ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛନ୍ତି। ମୃତକ ହେଲେ ନାରଣ ମହାନ୍ତଙ୍କ ସାନପୁଅ ପିତାମ୍ବର ମହାନ୍ତ। ଘଟଣାସ୍ଥଳରୁ ରକ୍ତଲଗା ପଥର ଜବତ ହୋଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୧୧୩/୧୯) ରୁଜୁ କରାଯାଇଛି। ହତ୍ୟାକାଣ୍ଡ ଘଟିଥିବା ଗାଁ ଥାନାଠାରୁ ୧୫ କି.ମି. ଦୂର ଏବଂ ଜଙ୍ଗଲ ଇଲାକାରେ ଥିବାରୁ ପୋଲିସ ମୃତଦେହକୁ ଜଗି ରହିଛି। ସୋମବାର ସକାଳେ ମୃତଦେହକୁ ଆଣି ବ୍ୟବଚ୍ଛେଦ କରାଯିବ।
ଥାନା ଅଧିକାରୀ ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ ମୃତ ପିତାମ୍ବରଙ୍କ ପିତା ନାରଣ ମହାନ୍ତଙ୍କର ୩ ସ୍ତ୍ରୀ ରହିଛନ୍ତି। ତାଙ୍କ ସାନ ସ୍ତ୍ରୀଙ୍କର ସାନପୁଅ ପିତାମ୍ବର । କିଭଳି ପରିସ୍ଥିତିରେ ତାଙ୍କୁ ପଥରରେ କଚାଡି ହତ୍ୟା କରାଗଲା, ସେ ନେଇ ତଦନ୍ତ ଚାଲିଛି। ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ଏହି ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହିଥିଲା। ଏନେଇ ଅନେକ ଥର ବାମେବାରୀ ଥାନାରେ ଏତଲା ହୋଇଛି। ତେବେ ରବିବାର ଘଟିଥିବା ବିଭତ୍ସ ହତ୍ୟା ଘଟଣା ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଛି। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏଭଳି ସ୍ଥିତିରେ ପୋଲିସ ସମ୍ପୃକ୍ତ ପରିବାର ସଦସ୍ୟଙ୍କୁ ନିଜ ହେପାଜତରେ ରଖିଥିବା କହିଛି।
![](https://www.dharitri.com/wp-content/uploads/2024/12/8-10.jpg)
ଅଢେଇ ବର୍ଷର ବିଷ୍ମୟ ବାଳକ: ପ୍ରାଞ୍ଜଳ ଭାବେ କହୁଛନ୍ତି ମନ୍ତ୍ରପାଠ ଓ ଦେଶ ବିଦେଶ କଥା
କେନ୍ଦୁଝର,୨୫।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୟସ ମାତ୍ର ଅଢେଇ ବର୍ଷ। ମନ୍ତ୍ରପାଠ, ସାଧାରଣ ଜ୍ଞାନ ହେଉ ଅବା ଦେଶର ଜାତୀୟ ପ୍ରତୀକ କିମ୍ବା ବିଶିଷ୍ଟ ବ୍ୟକ୍ତି...
![](https://www.dharitri.com/wp-content/uploads/2024/12/7-14.jpg)
ଗଛରେ ପିଟିହେଲା ପିକ୍ଅପ୍: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲପର ଗୁରୁତର
ପାଟଣା,୨୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ନିକଟରେ ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା...
![](https://www.dharitri.com/wp-content/uploads/2024/12/unnamed-1.jpg)
ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ
କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା...
![](https://www.dharitri.com/wp-content/uploads/2024/12/3-19.jpg)
ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ
କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ...
![](https://www.dharitri.com/wp-content/uploads/2024/12/Untitled-3-20.jpg)
କାମ କରିବାକୁ ଯାଇଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ପାଟଣା,୨୪।୧୨(ବୀର କିଶୋର ଦାଶ): ଚଣ୍ଡିଖୋଲ ନିକଟସ୍ଥ ମାଙ୍କଡପାଳ ଗ୍ରାମକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିବା ମହିଳାଙ୍କ ରବିବାର ସନ୍ଦେହ ଜନକ ଭାବେ ମୃତ୍ୟୁ...
![](https://www.dharitri.com/wp-content/uploads/2024/12/WhatsApp-Image-2024-12-23-at-2.50.37-PM.jpeg)
ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ
ପାଟଣା,୨୩।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ପାଟଣା ବ୍ଲକ ଅଧିନରେ ଥିବା ୨ ଶାଖା...
![](https://www.dharitri.com/wp-content/uploads/2024/12/cv-13.jpg)
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୁଜାଲିରେ ଆକ୍ରମଣ: ଜଣେ ଗୁରୁତର
ଆନନ୍ଦପୁର ୨୦।୧୨(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ କଣ୍ଟିପାଳ ପଞ୍ଚାୟତ କଣ୍ଟିପାଳ ଖିଲାର ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ସକାଳୁ ବିଜୁ...
![](https://www.dharitri.com/wp-content/uploads/2024/12/cx-5.jpg)
୪ରେ ପାଟଣା ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ
ପାଟଣା,୨୦ା୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଜାନୁୟାରୀ ୪ ତାରିଖ ଅପରାହ୍ନ ୧୧ ଟା ୩୦ରେ ଅନାସ୍ଥା ଭୋଟ...
Archives
![Why Dharitri](https://www.dharitri.com/wp-content/themes/dharitri/images/1.jpeg)