ତିହିଡ଼ି,୧୩।୧(ଡି.ଏନ୍.ଏ.): ଭଦ୍ରକ ଜିଲା ତିହଡ଼ି ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁରରେ ଘରଭଡ଼ା ନେଇ ରହୁଥିବା ଜଣେ ଯୁବକ ରବିବାର ରାତିରେ ବିଷପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ବାଂଶଡା ଥାନା ଅଧୀନ ବାଂଶଡା ଗ୍ରାମର ଉତ୍ତମ ରାଉଳ(୨୫)। ସେ ତିହିଡ଼ି ବଜାରରେ ତାଙ୍କ ମାମୁଙ୍କ ଚାଟ୍ ଦୋକାନରେ କାମ କରିବା ସହ ଖବରକାଗଜ ବିକ୍ରି କରୁଥିଲେ। ସେ ବିଷ ପିଇ ଗୁରୁତର ହେବା ପରେ ଚିକିତ୍ସା ପାଇଁ ତାଙ୍କୁ ତିହିଡ଼ି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରିଛି। ପାରିବାରିକ କଳହରୁ ଉତ୍ତମ ଆତ୍ମହତ୍ୟା କରିଥିବା କୁହାଯାଇଛି।