Categories: ଅପରାଧ

ପାରିବାରିକ କଳହ: ସାନଭାଇ କଟୁରି ଚୋଟରେ ବଡ଼ଭାଇ ମୃତ

ନୟାଗଡ଼ ଅଫିସ,୫।୬: ପାରିବାରିକ କଳହକୁ କେନ୍ଦ୍ରକରି ସାନଭାଇ କଟୁରି ଚୋଟରେ ବଡ଼ଭାଇର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛିି ନୟାଗଡ଼ ଜିଲା ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗ୍ରାମରେ। ମୃତକ ବଡ଼ଭାଇ ଜଣଙ୍କ ହେଲେ କୁବେର ସାହୁ।
ପ୍ରକାଶ ଯେ, କୁବେର ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଛାତ ଉପରେ ଶୋଇଥିବା ବେଳେ ସାନ ଭାଇ ଧନେଶ୍ୱର ଏକ କଟୁରିରେ ହାଣି ତାଙ୍କୁ ହତ୍ୟା କରିଥିଲେ। ପରେ ସେ ଥାନାରେ ଆତ୍ମସମର୍ପଣ କରିଥିଲେ। ହତ୍ୟାରେ ବ୍ୟବହୃତ କଟୁରିକୁ ପୋଲିସ ଜବତ କରିଛି। କୁବେରଙ୍କ ସ୍ତ୍ରୀ କୁନି ସାହୁଙ୍କ ଅଭିଯୋଗକୁ ଭିତ୍ତିକରି ଶରଣକୁଳ ପୋଲିସ ୪୪/୧୯ ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ କିରଣ ହେମ୍ରମ ପ୍ରକାଶ କରିଛନ୍ତି।