ପାରିବାରିକ କଳହ: ୩ ସଦସ୍ୟ ପିଇଲେ ବିଷ, ମାଆ ମୃତ, ବାପ-ପୁଅ ଗୁରୁତର

ସମ୍ବଲପୁର,୧୫।୩(ବ୍ୟୁରୋ): ସମ୍ବଲପୁର ଜିଲା କତରବାଗା ଥାନା ରୁଖିଡିିହ ଗ୍ରାମରେ ପାରିପାରିକ କଳହରୁ ଏକ ଅଭାବନୀୟ ଘଟଣା ଘଟିଛି। ଏକସାଙ୍ଗରେ ପରିବାରର ୩ ସଦସ୍ୟ ବିଷପାନ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମା’ ବୈଦେହୀ ମହାନନ୍ଦିଆଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ସୁବେକ ଓ ପୁଅ ପ୍ର୍ରଶାନ୍ତ ଗୁରୁତର ଅବସ୍ଥାରେ ଭୀମସାରରେ ଚିକିତ୍ସିତ ହେଉଛନ୍ତି। ଶନିବାର ଅପରାହ୍ନରେ ସାନ ପୁଅ ସୁଶାନ୍ତ ଘରେ ଗୁରୁତର ଅବସ୍ଥାରେ ୩ ଜଣ ପଡ଼ିଥିବା ଦେଖି ବୁର୍ଲା ଭୀମସାରକୁ ନେଇଥିଲେ। ଚିକିତ୍ସାଧାନ ଅବସ୍ଥାରେ ରବିବାର ସକାଳେ ମା’ ବୈଦେହୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share