ପାର୍କିଂକୁ ନେଇ ଯୁବକଙ୍କୁ ଆକ୍ରମଣ, ଜଣେ ଗରିଫ

ଭୁବନେଶ୍ୱର,୬।୩(ବ୍ୟୁରୋ): ଗାଡି ପାର୍କିଂକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ନୂଆପଲ୍ଲୀ ଥାନା ପୋଲିସ ଜଣେ ବାଇକ୍‌ ଚାଳକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ ଜିଲାର ରାଜେନ୍ଦ୍ର ନାୟକ(୩୦)। ସେ ସାଲିଆସାହି ଏକାମ୍ରବିହାରରେ ରୁହନ୍ତି। ରାଜେନ୍ଦ୍ରଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେହିଭଳି ଆକ୍ରମଣ ଘଟଣାରେ ଫେରାର ଥିବା ୩ ଜଣଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁସାରେ, ନୂଆପଲ୍ଲୀ ଥାନା ନିକଟ ଆଇଡି ମାର୍କେଟରେ ରହିଥିବା ଶୋରୁମ ସମ୍ମୁଖରେ ବାଇକ୍‌ ପାର୍କିଂ କରିଥିଲେ ରାଜେନ୍ଦ୍ର କୁମାର ନାୟକ। ପରେ ରାଜେନ୍ଦ୍ର ଜିନିଷପତ୍ର କିଣାକିଣି କରି ବାଇକ୍‌ ନେବାକୁ ଆସିବା ବେଳେ ପାର୍କିଂ ଫି କାଟିଥିବା ନୂଆପଲ୍ଲୀ ଗଉଡସାହିର ରାଜେଶ କୁମାର ଦାସ(୩୨) ଟଙ୍କା ମାଗିଥିଲେ। ରାଜେନ୍ଦ୍ର ପାର୍କିଂ ଟଙ୍କା ଦେବାକୁ ମନା କରିବାରୁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ରାଜେନ୍ଦ୍ର ତାଙ୍କର ୩ ଜଣ ସାଙ୍ଗକୁ ଡାକି ଘଟଣାସ୍ଥଳରେ ପୁଣି ପହଞ୍ଚତ୍ ଏକ ଲୁହା ରଡରେ ପାର୍କିଂ କର୍ମଚାରୀ ରାଜେଶଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ରାଜେଶ ଗୁରୁତର ହୋଇପଡିଥିଲେ। ଥାନାରେ ରାଜେଶ ଅଭିଯୋଗ କରିବା ପରେ ପୋଲିସ ନଂ. ୧୨୩/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତ ରାଜେନ୍ଦ୍ରଙ୍କୁ ଗିରଫ କରିଛି। ତାଙ୍କର ୩ ସାଙ୍ଗ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Share