Categories: ଜାତୀୟ

ପାର୍ଟି କାର୍ଯ୍ୟାଳୟରେ ସ୍ତ୍ରୀଙ୍କୁ ଚାପୁଡା ମାରିଲେ ଭାଜପା ନେତା

ନୂଆଦିଲ୍ଲୀ, ୨୦।୯: ମେହରୌଲି ଜିଲା ଭାଜପା ପ୍ରମୁଖ ଆଜାଦ ସିଂ ନିଜ ସ୍ତ୍ରୀ ସରିତା ଚୌଧୁରୀଙ୍କୁ ଦକ୍ଷିଣ ଦିଲ୍ଲୀରେ ଥିବା ଭାଜପା କାର୍ଯ୍ୟାଳୟରେ ଚାପୁଡା ମାରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ଡକାଇ ଥିବା ଏକ ବୈଠକ ଅବସରରେ ଏଭଳି ଘଟଣା ଘଟିଛି। ବୈବାହିକ ଜୀବନରେ ଚାଲିଥିବା କଳହ ଯୋଗୁ ଆଜାଦ ଏବଂ ସରିତାଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିବା ଦଳୀୟ ନେତାମାନେ କହିଛନ୍ତି। ଏପରିକି ଆଜାଦ୍‌ ସ୍ତ୍ରୀଙ୍କଠାରୁ ଛାତ୍ରପତ୍ର ନେବା ପାଇଁ କୋର୍ଟରେ ଅପିଲ୍‌ କରିଛନ୍ତି। ଦିଲ୍ଲୀ ପ୍ରଦେଶ ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜାଦଙ୍କୁ ମେହରୌଲି ଜିଲା ଭାଜପା ପ୍ରମୁଖ ପଦରୁ ହଟାଇ ଦିଆଯାଇଛି। ସୂଚନାଯୋଗ୍ୟ, ପନ୍ତ ମାର୍ଗ ସ୍ଥିତ ପାର୍ଟ କାର୍ଯ୍ୟାଳୟରେ ବିଧାନସଭା ନିର୍ବାଚନ ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ଯୋଗ ଦେଇଥିଲେ। ଜାଭେଦକରଙ୍କ ଉପସ୍ଥିତିରେ ହିଁ ଆଜାଦ ଏବଂ ସରିତାଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା।

Share