ପାର୍ଟି ପାଇଁ ମେକ୍‌ ଅପ୍‌

ପାର୍ଟିକୁ ଯିବାକୁ ହେଲେ କେବଳ ପାର୍ଲର ଗୋଟିଏ ଅପ୍ସନ୍‌ ନୁହେଁ, ଆପଣ ଚାହିଁଲେ ଘରେ ବି ନେଇପାରିବେ ମେକ୍‌ଅପ୍‌ । ଜାଣନ୍ତୁ ସେ ନେଇ କିଛି ଟିପ୍ସ…

ଫେସ୍‌ ମେକ୍‌ଅପ୍‌- ଆପଣଙ୍କ ଚେହେରାକୁ ମେକ୍‌ଅପ୍‌ କରିବାକୁ ଚାହୁଁଥିଲେ ପ୍ରଥମେ କ୍ଲିନ୍‌ଜିଂ କରି ମୁହଁକୁ ସଫା କରନ୍ତୁ। ପରେ ଟୋନିଂ ଏବଂ ମଇଶ୍ଚରାଇଜିଂ କରନ୍ତୁ। ଏହାପରେ କନ୍‌ସିଲର ଲଗାନ୍ତୁ। କନ୍‌ସିଲର ଦ୍ୱାରା ମୁହଁର ଦାଗ ଲୁଚି ଯାଇଥାଏ। ପରେ ଫାଉଣ୍ଡେଶନ୍‌ ଲଗାନ୍ତୁ। ମନେରଖନ୍ତୁ ଫାଉଣ୍ଡେଶନ୍‌ ସ୍କିନ୍‌ କଲର ସହ ମ୍ୟାଚ୍‌ କରିବା ଦରକାର। ସିମର ଲୁକ୍‌ ଦେବାକୁ ହେଲେ କ୍ରିମ୍‌ ବ୍ଲସର ଲଗାନ୍ତୁ। ଏହାପରେ ଏକ ନାଚୁରାଲ୍‌ ବେସ୍‌ରେ ଫେସ୍‌ ପାଉଡର ଲଗାନ୍ତୁ।
ଆଖି ମେକ୍‌ଅପ୍‌- ରାତିରେ ପାର୍ଟିକୁ ଯିବାକୁ ହେଲେ ଆଖିରେ ଡାର୍କ ମେକ୍‌ଅପ୍‌ ଆକର୍ଷଣୀୟ ଲାଗିଥାଏ। ଦିନରେ ଲାଇଟ୍‌ ସେଡ୍‌ସର ଆଇସ୍ୟାଡୋ ବ୍ୟବହାର କରନ୍ତୁ। ଲଗାଇବା ପୂର୍ବରୁ ଏହାର ଉପରିଭାଗରେ ଫାଉଣ୍ଡେଶନ୍‌ ଏବଂ ଲୁଜ୍‌ ପାଉଡର ହାଲ୍‌କା ବ୍ରସ୍‌ରେ ଲଗାନ୍ତୁ।
ହେୟାର ଷ୍ଟାଇଲ୍‌ – ମେକ୍‌ଅପ୍‌ ବ୍ୟତୀତ ଆପଣଙ୍କ ହେୟାର ଷ୍ଟାଇଲ୍‌ ବି ଖାସ୍‌ ହେବା ଦରକାର। ଏଥିରେ ଆପଣ ଚାହିଁଲେ କିଛି ନୂଆ ଟ୍ରାଏ କରିପାରିବେ। ଲୁଜ୍‌ କର୍ଲସ ସହିତ ନିଜ କେଶକୁ ଷ୍ଟାଇଲିସ୍‌ ଲୁକ୍‌ ଦେଇପାରିବେ। ଏହା ସହିତ ଲୋ ଏବଂ ହାଇ ପୋନିଟେଲ୍‌ ମଧ୍ୟ ଫ୍ୟାଶନ୍‌ରେ ଅଛି।
ଓଠ ମେକ୍‌ଅପ୍‌- ଓଠ ପତଳା ଦେଖାଯିବାକୁ ହେଲେ ଲିପ୍‌ଷ୍ଟିକ୍‌ ସେଡ୍‌କୁ ମ୍ୟାଚ୍‌ କରି ଲିପ୍‌ ଲାଇନର ଓଠର ଇନର ଲାଇନ୍‌ରେ ଲଗାନ୍ତୁ। ଲିପ୍‌ଷ୍ଟିକ୍‌ର କୌଣସି ରିଚ୍‌ ସେଡ୍‌ ଲଗାନ୍ତୁ। ଲିପ୍‌ ଗ୍ଲସ୍‌ ସାହାଯ୍ୟରେ ଓଠର ଉପର ଏବଂ ତଳ ଭାଗକୁ ହାଇଲାଇଟ୍‌ କରନ୍ତୁ।