Categories: ବାଣିଜ୍ୟ

ପାର୍ଲାମେଣ୍ଟରେ ବିଲ୍‌ ଗୃହୀତ : ଆମେରିକାରେ ଗ୍ରୀନ୍‌ କାର୍ଡ ସୀମା ହଟିବ

ଓ୍ବାଶିଂଟନ,୧୨।୭:  ଗ୍ରୀନ୍‌ କାର୍ଡ ଜାରି ରଖିବାର ବର୍ତ୍ତମାନର ୭ ପ୍ରତିଶତ ସୀମାକୁ ହଟାଇବା ଲାଗି ଆଗତ ଏକ ବିଲ୍‌କୁ ଆମେରିକା ପାର୍ଲାମେଣ୍ଟ ବୁଧବାର ଅନୁମୋଦନ କରିଛି। ଆମେରିକାରେ ସ୍ଥାୟୀ ଭାବେ ବସବାସ କରିବା ତଥା କାମ କରିବା ଲାଗି ଗ୍ରୀନ୍‌ କାର୍ଡ ପ୍ରଦାନ କରାଯାଇଥାଏ। ପ୍ରତିନିଧି ସଭା ଦ୍ୱାରା ଅନୁମୋଦନ ଲାଭ କରିଥିବା ଏହି ବିଲ୍‌ ଦ୍ୱାରା ଭାରତ ଭଳି ଦେଶର ପ୍ରତିଭାଶାଳୀ ପେସାଦାରଙ୍କୁ ଆଶ୍ୱସ୍ତି ଆଣିଦେଇଛି। ଅନ୍ୟ ଦେଶ ତୁଳନାରେ ଭାରତୀୟମାନେ ଏହି ବିଲ୍‌ ଦ୍ୱାରା ଅଧିକ ଲାଭବାନ ହେବେ। କାରଣ ଚାଇନା ପରେ ବହୁସଂଖ୍ୟାରେ ଭାରତୀୟ ଗ୍ରୀନ୍‌ କାର୍ଡ ମାଧ୍ୟମରେ ଆମେରିକାରେ ବସବାସ କରିବାକୁ ଚାହୁଁଛନ୍ତି। ଫେୟାରନେସ୍‌ ଅଫ୍‌ ହାଇସ୍କିଲ୍ଡ ଇମିଗ୍ରାଣ୍ଟସ ଆକ୍ଟ, ୨୦୧୯ ଅଥବା ଏଚ୍‌ଆର୍‌ ୧୦୪ ନାମରେ ଆଗତ ଏହି ବିଲ୍‌ ୪୩୫ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟରେ ୬୫ ମୁକାବିଲାରେ ୩୬୫ ଭୋଟ୍‌ରେ ଅନୁମୋଦନ ଲାଭ କରିଥିଲା।

Share