Categories: ଜାତୀୟ

ପାର୍ଲାମେଣ୍ଟ ଭବନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା

ନୂଆଦିଲ୍ଲୀ,୧୭।୩(ପି.ଟି.):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାର୍ଲାମେଣ୍ଟ ଭବନ ପରିସରକୁ ଆସୁଥିବା ଦର୍ଶକମାନଙ୍କ ପାଇଁ ସୋମବାର ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାର୍ଲାମେଣ୍ଟ ଭିତରକୁ ଯାଉଥିବା କର୍ମଚାରୀ ଓ ଖବରଦାତାଙ୍କର ଥର୍ମାଲ ଯାଞ୍ଚ କରାଯିବ। ପାର୍ଲାମେଣ୍ଟ ଅଧିବେଶନ ଦେଖିବା ଲାଗି ଆଗ୍ରହୀ ଲୋକମାନଙ୍କୁ ପାସ୍‌ ଇସ୍ୟୁ ବନ୍ଦ କରିଦିଆଯାଇଛି।

Share