Posted inଜାତୀୟ

ପାର୍ଲାମେଣ୍ଟ ସରଗରମ: ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ,୧୧ା୭(ପି.ଟି.): କର୍ନାଟକର ରାଜନୈତିକ ଘଟଣାକ୍ରମକୁ ନେଇ କ୍ରମାଗତ ତୃତୀୟ ଦିନ ଧରି ପାର୍ଲାମେଣ୍ଟର ଉଭୟ ଗୃହ ସରଗରମ ହୋଇଛି। ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶୂନ୍ୟକାଳରେ କହିଥିଲେ, କର୍ନାଟକରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଏହାସହ ସରକାରର ପତନ ପାଇଁ ଷଡ଼ଯନ୍ତ୍ର ରଚାଯାଉଛି ବୋଲି ଅଭିଯୋଗ ଆଣିଥିଲେ। ବାଚସ୍ପତି ଓମ୍‌ ବିର୍ଲା ଏହି ପ୍ରସଙ୍ଗ ଉଠାଇବାକୁ ତାଙ୍କୁ ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନ ଦେଇଥିଲେ। ପରେ ସେମାନେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଭାଙ୍ଗିବା ପାଇଁ ଭାଜପା ଉଦ୍ୟମ ଚଳାଇଛି ବୋଲି ଅଭିଯୋଗ ଆଣି କକ୍ଷତ୍ୟାଗ କରିଥିଲେ। ଟିଏମ୍‌ସି, ଡିଏମ୍‌କେ ଏବଂ ଏନ୍‌ସିପି ସଦସ୍ୟମାନେ ମଧ୍ୟ କଂଗ୍ରେସ ସପକ୍ଷରେ ବାହାରି କକ୍ଷତ୍ୟାଗ କରିଥିଲେ। ମୁମ୍ବାଇର ହୋଟେଲରେ ଥିବା ବିଧାୟକମାନେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ପୋଲିସକୁ ସୁରକ୍ଷା ମାଗିବା ପରେ ସେଠାରୁ କର୍ନାଟକ ମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ହଟାଯାଇଛି ବୋଲି ଗୃହରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ସୂଚନା ଦେଇଥିଲେ।
ଏହି ପ୍ରସଙ୍ଗରେ ରାଜ୍ୟ ସଭାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ଉଚ୍ଚ ସଦନରେ ବଜେଟ ନେଇ ବିତର୍କ ଚାଲିଥିବାବେଳେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ୩ ଥର ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ‘ଗଣତନ୍ତ୍ରକୁ ହତ୍ୟା ବନ୍ଦ କର’ ଓ ‘ପ୍ରଧାନମନ୍ତ୍ରୀ ଜବାବ ଦିଅ’ ବୋଲି ସ୍ଲୋଗାନ ଦେଇଥିଲେ। ଶେଷରେ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, କର୍ନାଟକରେ କଂଗ୍ରେସ ତା’ର ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ କରି ନ ପାରି ରାଜ୍ୟ ସଭାକୁ ଚଳାଇ ଦେଉନାହିଁ। ସେହିପରି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା କହିଛନ୍ତି, ରାଜ୍ୟପାଳଙ୍କ କୌଣସି ସାମ୍ବିଧାନିକ ନିର୍ଦ୍ଦେଶକୁ ଭାଜପା ମାନିନେବ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ହଜାର ମଦ୍ରାସା ଚାଲୁ ରହିବ, ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫ା୧୧: ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ଯେଉଁଥିରେ ଏହା (ହାଇକୋର୍ଟ) ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମକୁ ଖାରଜ କରିଥିଲେ ଏବଂ ଅନ୍ୟ...

‘କୌଣସି ଧର୍ମର ବିରୋଧରେ ନୁହେଁ’, ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଲେ କାହିଁକି ଓ୍ବାକଫ ସଂଶୋଧନ ବିଧେୟକ ଆଣୁଛନ୍ତି ସରକାର

ନୂଆଦିଲ୍ଲୀ,୫।୧୧: ୱାକଫ ସଂଶୋଧନ ବିଲ ୨୦୨୪ ଉପରେ ଲଢେଇ ଦେଶରେ ତୀବ୍ର ହୋଇଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି (ଭାଜପା) ଏହି ବିଲ୍‌କୁ ଆଇନର...

ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ଉପରେ ସରକାର ଅଧିକାର ଜାହିର କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫ା୧୧: ଏକ ଘରୋଇ ସମ୍ପତ୍ତି ବିବାଦରେ ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଏହି ମାମଲାରେ ରାୟ ପ୍ରଦାନ କରୁଥିବାବେଳେ ପ୍ରଧାନ ବିଚାରପତି ଡିୱାୟୀ ଚାନ୍ଦ୍ରଚୂଡ଼...

ମୁକୁଳିଲେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିବା ମହିଳା, ପୋଲିସ କହିଲା ଠିକ ନାହିଁ ମାନସିକ ସ୍ଥିତି

ଲକ୍ଷ୍ନୌ,୫।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇ ବାର୍ତ୍ତା ପଠାଇଥିବା ମହିଳାଙ୍କୁ ମୁମ୍ବାଇ ପୋଲିସ ଗିରଫ କରି ପଚରାଉଚରା ପରେ...

ପ୍ରଧାନମନ୍ତ୍ରୀ ମୋ ଘରକୁ ଆସିବା ଭୁଲ ନ ଥିଲା: ସିଜେଆଇ

ନୂଆଦିଲ୍ଲୀ,୫।୧୧: ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ ସୋମବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣପତି ପୂଜା ପାଇଁ ତାଙ୍କ ଘରକୁ ଯିବାରେ କିଛି ଭୁଲ...

ଭେଣ୍ଟିଲେଟର୍‌ରେ ପ୍ରସିଦ୍ଧ ଗାୟିକା, ପୁଅ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୧: ବିହାରର ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନା ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ସାଧାରଣ ଲୋକଙ୍କ ହୃଦୟରେ ରାଜ୍‌ କରିଥିବା...

କୋଲକାତା ମାମଲାର ପୁନରାବୃତ୍ତି: ନିର୍ସିଂ ଛାତ୍ରୀଙ୍କୁ ହସ୍ପିଟାଲରେ ବାନ୍ଧି ବଳାତ୍କାର

କାନପୁର,୫।୧୧: କୋଲକାତାରେ ଘଟିଥିବା ବଳାତ୍କାର ମାମଲା ଭଳି ଆଉ ଏକ ଲଜ୍ଜାଜନକ ମାମଲା ମଧ୍ୟ କାନପୁରରେ ସାମ୍ନାକୁ ଆସିଛି। କଲ୍ୟାଣପୁରରେ ଅବସ୍ଥିତ ଏକ ଘରୋଇ ହସ୍ପିଟାଲର...

ଦୀପାବଳିରେ ବାଣ ନିଷେଧାଦେଶ କାର୍ଯ୍ୟକାରୀ ହୋଇନି

ନୂଆଦିଲ୍ଲୀ,୫ା୧୧(ପି.ଟି.): ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏହା ସତ୍ତ୍ୱେ ଦୀପାବଳି ପରେ ରାଜଧାନୀ ବିଶ୍ୱର ସବୁଠୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri