Advertisement

ପାଲକ ଡାଲ୍‌ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀ: ଛୋଟ ଛୋଟ କଟା ପାଳଙ୍ଗ ଶାଗ ୧ କପ୍‌, ୧ଟି କଟା ପିଆଜ, ୨ଟି କଟା ଟମାଟୋ, ଦେଢ଼ କପ୍‌ ଚାଉଳ, ଡାଲି ୧ କପ୍‌, ୧ ଚାମଚ ଲେଖାଏଁ ଜିରା, ସୋରିଷ, ଧନିଆଗୁଣ୍ଡ, ହଳଦୀଗୁଣ୍ଡ, ଘିଅ, ଅଦା, ରସୁଣ ପେଷ୍ଟ, ୫-୬ଟି ଭୁର୍ସୁଙ୍ଗ ପତ୍ର, କଞ୍ଚାଲଙ୍କା, ଲଙ୍କାଗୁଣ୍ଡ, ଲୁଣ ସ୍ବାଦନୁସାରେ, ପାଣି ୧ ଗ୍ଲାସ୍‌।
ପ୍ରସ୍ତୁତି ପ୍ରଣାଳୀ: ଚାଉଳକୁ ୧୫ ମିନିଟ୍‌ ଭିଜାଇ ଦିଅନ୍ତୁ। ଡାଲିକୁ ୨-୩ ଥର ଭଲ ଭାବେ ଧୋଇ ଦିଅନ୍ତୁ। ଏକ ପ୍ରେସର କୁକରକୁ ଚୁଲାରେ ବସାଇ ତେଲ ପକାନ୍ତୁ। ଗରମ ହୋଇଗଲେ ଜିରା, ସୋରିଷ, ଭୁର୍ସୁଙ୍ଗପତ୍ର, ଅଦା ରସୁଣ ପେଷ୍ଟ ପକାଇ ଭାଜନ୍ତୁ। ସେଥିରେ କଟା ଟମାଟୋ, ପିଆଜ ଏବଂ କଞ୍ଚାଲଙ୍କା ପକାଇ ଭାଜନ୍ତୁ। ହଳଦୀଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଭିଜାଯାଇଥିବା ଡାଲି, ଚାଉଳକୁ ପକାଇ ଏକ ଗ୍ଲାସ୍‌ ପାଣି ଦେଇ ୨ମିନିଟ୍‌ ଗୋଳାନ୍ତୁ।
ସ୍ବାଦ ଅନୁସାରେ ଲୁଣ ପକାନ୍ତୁ ଶେଷରେ କଟାଯାଇଥିବା ପାଳଙ୍ଗକୁ ପକାଇ ମିଶାଇ ଦିଅନ୍ତୁୁ ଏବଂ ୨-୩ ଟି ହ୍ବିସିଲ ହେବା ପରେ କୁକର୍‌ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମା ଗରମ ପାଲକ ଖେଚୁଡ଼ି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share