Categories: ଜାତୀୟ

ପାଲଘର ବିସ୍ଫୋରଣ: ମୃତକଙ୍କୁ ୫ଲକ୍ଷ ଟଙ୍କା ଦେବେ ସରକାର

ପାଲଘର,୧୨।୧: ମହାରାଷ୍ଟ୍ର ପାଲଘର ଜିଲା ତାରାପୁରରେ ଶନିବାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରିବେ ବୋଲି ରବିବାର ପାଲଘର ଜିଲାପାଳ କୈଳାଶ ସିଣ୍ଡେ ସୂଚନା ଦେଇଛନ୍ତି। ଏହାସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ପାଲଘର ଜିଲାର ତାରାପୁର କେମିକାଲ ଜୋନ୍‌ରେ ଏହି ବିସ୍ଫୋରଣ ଯୋଗୁ ନିର୍ମାଣାଧୀନ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ ଟିମ୍‌ ମୁତୟନ ହୋଇଥିଲେ। ନୂଆ ରିଆକ୍ଟର ପରୀକ୍ଷା ବେଳେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଥିଲା। ଏହି ବିସ୍ଫୋରଣରେ ଫ୍ୟାକ୍ଟ୍ରିର ମାଲିକ ନଟବରଭାଇ ପଟେଲ, ଜଣେ ଡାଇରେକ୍ଟର ଓ ଦୁଇଜଣ ଶିଶୁ ଆହତ ହୋଇଥିଲେ।

Share