ପାଲଲହଡ଼ାରେ ମୁକେଶ ୬୦୦୩ ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୧୨ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୦୦୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ୧୧ତମ ରାଉଣ୍ଡରେ ଭାଜପାର ଅଶୋକ ମହାନ୍ତି ୧୬୩ ଓ ୧୨ତମ ରାଉଣ୍ଡରେ ୧୩୩ ଖଣ୍ଡ ଭୋଟରେ ମୁକେଶ ପାଲଙ୍କଠାରୁ ଆଗରେ ରହିବାରୁ ମୁକେଶଙ୍କ ଲିଡ୍‌ ସଂଖ୍ୟା ୨୯୬ ହ୍ରାସ ପାଇ ୬୦୦୩ ହୋଇଯାଇଛି। ୧୧ତମ ରାଉଣ୍ଡରେ ବିଜେଡିର ମୁକେଶ ପାଲ ୧୯୦୧ ଭୋଟ ପାଇଥିବା ବେଳେ ଭାଜପାର ଅଶୋକ ୨୦୬୪ ଖଣ୍ଡ ଭୋଟ ପାଇଥିଲେ। ସେହିପରି ୧୨ତମ ରାଉଣ୍ଡରେ ମୁକେଶ ୧୮୩୧ ଓ ଅଶୋକ ମହାନ୍ତି ୧୯୬୪ଖଣ୍ଡ ଭୋଟ ପାଇଛନ୍ତି।