Categories: ଜାତୀୟ

ପାଲିଙ୍କିରେ ବୁହାହେଲେ ବାବୁ

ଜମ୍ମୁ,୨୫ା୭(ପି.ଟି.): ଜମ୍ମୁ-କଶ୍ମୀରର ରାମବନ ଜିଲାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ପାଲିଙ୍କିରେ ବୋହି ଛତା ଘୋଡ଼ାଇ ନିଆଯାଉଛି। ଏହି ଫଟୋ ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜିଲା ଉନ୍ନୟନ କମିଶନର ଶୌକତ୍‌ ଅଜାଜ୍‌ଙ୍କୁ କେତେଜଣ ଲୋକ ଏକ ପାଲିଙ୍କିରେ ବସାଇ ନେଉଛନ୍ତି। ଶୌକତ୍‌ କହିଛନ୍ତି, ପୂର୍ବରୁ କୌଣସି ଅଧିକାରୀଙ୍କ ପାଦ ପଡ଼ି ନ ଥିବା ଏକ ଗାଁକୁ ସେ ପ୍ରଥମଥର ପାଇଁ ପରିଦର୍ଶନରେ ଯାଇଥିଲେ। ଏଥିପାଇଁ ତାଙ୍କୁ ୧୦ କି.ମି. ପାଦରେ ଚାଲି ଯିବାକୁ ପଡ଼ିଥିଲା। ପରେ ସେ ଅଳ୍ପ ବାଟ ପାଲିଙ୍କିରେ ଯାଇଥିଲେ ବୋଲି ସଫେଇ ଦେଇଛନ୍ତି। ବ୍ରିଟିଶ୍‌ ଶାସନ ବେଳେ ଅଧିକାରୀମାନେ କୌଣସି ସ୍ଥାନ ପରିଦର୍ଶନ କରିବା ସମୟରେ ଗରିବ ଲୋକେ ଯେମିତି ପାଲିଙ୍କିରେ ବୋହି ସେବା କରୁଥିଲେ, ଏହି ଫଟୋ ସେହି ସ୍ମୃତିକୁ ଉଜ୍ଜୀବତ କରିଛି।

Share