ପାଳନ ହେଲା ବଡ଼ଦିନ: ବାଇବେଲ୍‌ ପାଠ ସହ ପ୍ରାର୍ଥନାରେ ପ୍ରକମ୍ପିତ ଚର୍ଚ୍ଚ ଗୃହ

ଦାରିଙ୍ଗବାଡ଼ି,୨୫।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବୁଧବାର ବଡ଼ଦିନ ଶାନ୍ତି ଶୃଙ୍ଖଳାର ସହ ପାଳନ ହେଉଛି। ଏହି ଅବସରରେ ସମସ୍ତ ଖ୍ରୀଷ୍ଟଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଯିବା ସହ ମଙ୍ଗଳବାର ମଧ୍ୟରାତ୍ରରେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା। ନବଯାତ ଶିଶୁ ଯିଶୁଖ୍ରୀଷ୍ଟଙ୍କୁ ସ୍ବାଗତ କରାଯିବା ସହ କେକ୍‌ କାଟି ଜନ୍ମଦିନ ପାଳନ ହୋଇଥିଲା । ପ୍ରାର୍ଥନା ସହ ବାଇବେଲ୍‌ ପାଠ କରାଯିବା ସହ ନାଚ ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଥିଲା।
ସେହିପରି ବୁଧବାର ପୂର୍ବାହ୍ନ ୧୧ଟାଠାରୁ ପୁଣି ସମସ୍ତ ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ସହ ବାଇବେଲ୍‌ ପଠନ, ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇଛି। ଅଞ୍ଚଳର ସିମନବାଡ଼ି ରୋମାନ କ୍ୟାଥୋଲିକ୍‌ ଚର୍ଚ୍ଚ ସମେତ ସିଏନ୍‌ଆଇ, ପେଣ୍ଟାକଷ୍ଟ ଆଦି ଚର୍ଚ୍ଚରେ ବଡ଼ଦିନ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି।

Share