Categories: ଜାତୀୟ

ପାଶ୍ଚାତ୍ୟ-ମଧ୍ୟପ୍ରାଚ୍ୟ ସଙ୍କଟ: ଭାରତ ଶାନ୍ତି ପ୍ରସ୍ତାବ ଦେଲେ ସ୍ବାଗତ କରିବ ଇରାନ

ନୂଆଦିଲ୍ଲୀ,୮।୧: ପାଶ୍ଚାତ୍ୟ ମଧ୍ୟପ୍ରାଚ୍ୟ ମଧ୍ୟରେ ସଙ୍କଟ ବଢ଼ିଚାଲିଛି। ଆମେରିକା ବାଗଦାଦ୍‌ ଉପରେ କରିଥିବା ଆକ୍ରମଣର ଜବାବ୍‌ ଇରାନ୍‌ ବୁଧବାର ଦେଇଛି। ଇରାନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ପଶ୍ଚିମ ଇରାକର ଅଲ୍‌ ଅସଦ ଏବଂ ଉତ୍ତର ଇରାକର ଇରବିଲ୍‌ ଏୟାର ବେସ୍‌ଠାରେ ୮୦ ଜଣ ଆମେରିକା ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏନେଇ ଭାରତରେ ଅବସ୍ଥାପିତ ଥିବା ଇରାନର ରାଷ୍ଟ୍ରଦୂତ ଅଲୀ ଚେଗେନୀ କହିଛନ୍ତି ଯେ, ଇରାନ ଯୁଦ୍ଧ ନୁହେଁ ଶାନ୍ତିି ଚାହେଁ। ଆମେରିକା ଇରାନ ମଧ୍ୟରେ ଜାରି ରହିଥିବା ସଙ୍କଟରେ ଭାରତ ଶାନ୍ତି ପ୍ରସ୍ତାବ ଆଣିଲେ ଏହାକୁ ସ୍ବାଗତ କରାଯିବ। ଇତିମଧ୍ୟରେ ଭାରତ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌ .ଜୟଶଙ୍କର ଇରାନ ଏବଂ ଆମେରିକା ପ୍ରତିପକ୍ଷ ଜାବେଦ୍‌ ଜରିଫ୍‌ ଓ ମାଇକ୍‌ ପମ୍ପିୟୋଙ୍କ ସହିତ ଫୋନ୍‌ରେ ଆଲୋଚନା କରି ଶାନ୍ତି ଜାରି ରଖିବାକୁ ଅନୁରୋଧ କରିଛନ୍ତି।

Share