ପାସପୋର୍ଟ ଅବଧି ସରିବା ପୂର୍ବରୁ ଆସିବ ଏସ୍‌ଏମ୍‌ଏସ୍‌

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ପାର୍ସପୋର୍ଟଧାରୀ ଏଣିକି ନିଜ ପାର୍ସପୋର୍ଟର ନିର୍ଦ୍ଧାରିତ ଅବଧି ସରିବା ପୂର୍ବରୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚନା ପାଇପାରିବେ। ପାସପୋର୍ଟ ଅବଧି ସରିବାର ୭ମାସ ଏବଂ ୯ମାସ ପୂର୍ବରୁ ଏହି ଏସ୍‌ଏମ୍‌ଏସ୍‌ ଦିଆଯିବ। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପରି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାପରେ କେଉଁ ନିର୍ଦ୍ଧାରିତ ଓ୍ବେବ୍‌ସାଇଟ୍‌କୁ ଯାଇ ପାସପୋର୍ଟଧାରୀମାନେ ନବୀକରଣ ପାଇଁ ପୁନଃ ଆବେଦନ କରିପାରିବେ ତାହା ମଧ୍ୟ ଏସ୍‌ଏମ୍‌ଏସ୍‌ରେ ଜଣାଇ ଦିଆଯିବ। ଶେଷ ମୂହୁର୍ତ୍ତରେ ପାସପୋର୍ଟ ଆବେଦନ ଜନିତ ଅସୁବିଧାରୁ ରକ୍ଷା ପାଇବା ଏବଂ ଜାଲ ଓ୍ବେବ୍‌ସାଇଟ୍‌ରୁ ଆବେଦନକାରୀଙ୍କୁ ଦୂରେଇ ରଖିବା ପାଇଁ ଏହି ଏସ୍‌ଏମ୍‌ଏସ୍‌ ସେବା ଆରମ୍ଭ କରାଯାଇଛି। ପାସପୋର୍ଟ ଆବେଦନକାରୀମାନେ କେବଳ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଓ୍ବେବ୍‌ସାଇଟ www.passportindia.gov.in କିମ୍ବା mPassport seva ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ଆବେଦନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share