Categories: ବାଣିଜ୍ୟ

ପାସେଞ୍ଜର ଯାନର ରିଟେଲ ବିକ୍ରି ୧୧% ବୃଦ୍ଧି

ନୂଆଦିଲ୍ଲୀ,୨୦-୧୧: ଚଳିତ ବର୍ଷ ଅକ୍ଟୋବରରେ ପାସେଞ୍ଜର ଯାନର ରିଟେଲ ବିକ୍ରିରେ ୧୧% ବୃଦ୍ଧି ଘଟି ୨.୪୮ ଲକ୍ଷ ୟୁନିଟ ରହିଛି। ଗତ ବର୍ଷ ସମାନ ସମୟ ତୁଳନାରେ ଯାନ ବିକ୍ରିରେ ଏଭଳି ବୃଦ୍ଧିଥିବା ଜଣାପଡିଛି। ପାର୍ବଣ ଚାହିଦା ଯୋଗୁ ବିକ୍ରିରେ ଉନ୍ନତି ଆସିଛି। ୨୦୧୮ରେ ଯାନ ବିକ୍ରି ୨.୨୩ ଲକ୍ଷ ୟୁନିଟ ରହିଥିବା ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର ଆସୋସିଏଶନ ପକ୍ଷରୁ ମଙ୍ଗଳବାର ସୂଚନା ରହିଛି। ୨ ଚକିଆ ଯାନ ବିକ୍ରି ୫% ବଢି ୧୩.୩୪ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୧୨.୭୦ ଲକ୍ଷ ୟୁନିଟ ରହିଥିଲା। ଅକ୍ଟୋବର ମାସରେ ବାଣିଜି୍ୟକ ଯାନ ବିକ୍ରି ୨୩% ହ୍ରାସ ଘଟିଛି। ଏହା ଗତ ବର୍ଷ ୮୭,୬୧୮ ୟୁନିଟ ରହିଥିବା ବେଳେ ଚଳିତ ବର୍ଷ ୬୭,୦୬୦ ୟୁନିଟ ରହିଛି। ୩ ଚକିଆ ଯାନ ବିକ୍ରି ୪% ବଢି ୫୯,୫୬୩ ୟୁନିଟ ଛୁଇଁଛି। ବିଭିନ୍ନ ବର୍ଗରେ ଯାନ ବିକ୍ରି ୪% ବଢିଛି। ଏହି ବର୍ଷ ଅକ୍ଟୋବରରେ ୧୬.୩୮ ଲକ୍ଷ ୟୁନିଟ ଥିବା ବେଳେ ଚଳିତ ବର୍ଷ ସମାନ ସମୟରେ ୧୭.୦୯ ଲକ୍ଷ ୟୁନିଟ ରହିଛି। ପାର୍ବଣ ଯୋଗୁ ଚାହିଦା ଉନ୍ନତ ରହିଥିବା ଫେଡେରେଶନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ୍ସ(ଫାଡ଼ା) ସଭାପତି ଆଶିଷ ହର୍ସରାଜ କାଲେ କହିଛନ୍ତି।

Share