ଗୁଣପୁର,୨୪ା୧୦(ଡି.ଏନ.ଏ)-ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ଏକ ବଡ଼ ପଥର ଖସି ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ରିଜିଂତାଲ ରାସ୍ତାରେ ପଡ଼ିଛି ା ଫଳରେ ଯାତାୟତାରେ ବାଧାସୃଷ୍ଟି ହୋଇଛି ା ହେଲେ ଏଥିରେ କେହି ମୃତାହତ ହୋଇନାହାନ୍ତି ା ପୁଟାସିଂ ସହ ଶଗଡା, ଆବାଡା ପଞ୍ଚାୟତର ଲୋକମାନେ ଦୈନନ୍ଦିନ କାମ ପାଇଁ ଗୁଣପୁର ସହର ଉପରେ ନିର୍ଭର କରିଥାନ୍ତି ା ହେଲେ ବର୍ତ୍ତମାନ ପଥର ରାସ୍ତା ଉପରେ ପଡି ରହିବା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଖବରପାଇ ବ୍ଲକ ଅଧ୍ୟକ୍ଷା ଦେବକୀ ଗମାଙ୍ଗ, ଉପାଧ୍ୟକ୍ଷ ଏସୋ ଶବର, ଜିଲାପରିଷଦ ସଭ୍ୟ ଅଶ୍ୱିନି ଗମାଙ୍ଗ, ବିଡିଓ ଶାନ୍ତିିପ୍ରଭା ପ୍ରଧାନ, ସହକାରୀ ଯନ୍ତ୍ରୀ ଦୂର୍ଯ୍ୟୋଧନ ଜାନି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ା ପ୍ରଶାସନ ପକ୍ଷରୁ ତୁରନ୍ତ ରାସ୍ତାରୁ ପଥର ହଟାଇବା ପାଇଁସାଧାରଣରେ ଦାବି ହୋଇଛି ା