Advertisement

ପାହାଡ଼ରୁ ଖସି ବ୍ୟକ୍ତିଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଯୋଡ଼ା,୧୧।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ – ଜିଲିଂ ପାହାଡ଼ରୁ ଖସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ, ଜୁରୁଡ଼ି ଅଞ୍ଚଳର ନର ନାଏକ (୫୦) କୌଣସି କାରଣରୁ ଶନିବାର ଅପରାହ୍ନରେ ଘରୁ ବାହାରିଥିଲେ। ସନ୍ଧ୍ୟାରେ ସେ ଆହତ ଅବସ୍ଥାରେ ପାହାଡ଼ ତଳେ ପଡ଼ିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯୋଡ଼ାସ୍ଥିତ ଟାଟା କମ୍ପାନୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କର ଅଣ୍ଟା, ମୁଣ୍ଡ, ପିଠିରେ ଆଘାତ ଲାଗିଥିଲା। ରବିବାର ସକାଳୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବାମେବାରୀ ଥାନାଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଛନ୍ତିି। ଏନେଇ ବାମେବାରୀ ଥାନାରେ କେସ୍‌ ନଂ ୧୫/୧୯ରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ନର ନାଏକଙ୍କ ପୁଅ ଦିଲୀପ ବାପାଙ୍କ ମୃତ୍ୟୁକୁ ନେଇ ବାମେବାରୀ ଥାନାରେ ଏକ ରିପୋର୍ଟ କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ କୌଣସି ଜଙ୍ଗଲୀ ହିଂସ୍ର ଜନ୍ତୁକୁ ଦେଖି ସେ ପ୍ରାଣ ବଞ୍ଚାଇବା ପାଇଁ ଦୌଡ଼ୁଥିବା ବେଳେ ପାହାଡ଼ରୁ ଖସିପଡ଼ିଥିବା ଲୋକେ ସନ୍ଦେହ କରୁଛନ୍ତି। ତେବେ ବାମେବାରୀ ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଥିବା ଅଧିକାରୀ ମହାନ୍ତି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share