Categories: ଜାତୀୟ

ପାହାଡ଼ ଉପରୁ ମିଳିଲା ୩ ହଜାର ଟନ୍‌ ସୁନା ପଥର ସନ୍ଧାନ

ଲକ୍ଷ୍ନୌ,୨୦।୨: ଗ୍ରାମ୍‌ ନୁହେଁ ଅବା କିଲେ ନୁହେଁ ଏକ ଥରକେ ୩ ହଜାର ଟନ୍‌ ସୁନା ମିଳିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଉତ୍ତରପ୍ରଦେଶର ସୋନଭଦ୍ର ଅଞ୍ଚଳରେ ଥିବା ପାହାଡ଼ର ମାଟି ତଳେ ୩ ହଜାର ଟନ୍‌ ସୁନା ପଥର ଥିବା ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ସେଥିମଧ୍ୟରୁ ସୋନ୍‌ ପାହାଡ଼ରେ ୨୯୪୩୧୨୬ ଟନ୍‌ ସୁନା ପଥର ଥିବାବେଳେ ପଡ଼ରଛ ଗ୍ରାମ ପଞ୍ଚାୟତର ହରଦି ଅଞ୍ଚଳର ମାଟି ତଳେ ୬୪୬ ଟନ୍‌ ସୁନା ପଥର ଗଚ୍ଛିତ ରହିଛି। ଏହା ସହିତ ଏହି ଅଞ୍ଚଳରେ ଅନ୍ୟ ଖଣିଜ ପଦାର୍ଥ ମଧ୍ୟ ରହିଥିବା ଜଣାପଡ଼ିଛି। ସୁନା ପଥରରୁ ପ୍ରାୟ ୧୫୦୦ ଟନ୍‌ ସୁନା ମିଳିପାରିବ ବୋଲି ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ଅଧିକାରୀ କହିଛନ୍ତି।

Share